www.samajalive.in
Saturday, December 13, 2025
26.1 C
Bhubaneswar

ସହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ସାନନାଳୀ ଗ୍ରାମରେ ସହୀଦ ବିର୍ସା ମୁଣ୍ଡାଙ୍କ ୧୪୫ ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। କୋଭିଡ କଟକଣାକୁ ନଜରରେ ରଖି ମାସ୍କ ପିନ୍ଧି ପରସ୍ପର ମଧ୍ୟରେ ଦୂରତା ବଜାୟ ରଖି ମୁଣ୍ଡା ସଂପ୍ରଦାୟର ଲୋକମାନେ ଜୟନ୍ତୀ ପାଳନ କରିଛନ୍ତି। ପୂଜକ ଶ୍ରୀ ମିଶ୍ର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରିବା ପରେ ବରିଷ୍ଠ ଶିକ୍ଷକ ଲକ୍ଷ୍ମୀକାନ୍ତ ମୁଣ୍ଡା ହୋ ପତାକା ଉତ୍ତୋଳନ କରିଥିଲେ। ଆଦିବାସୀ ମହିଳା ମାନେ ହୋ ଜାତୀୟ ସଂଗୀତ ଗାନ ପରେ ପାରମ୍ପରିକ ଧନୁ ପୂଜା କରିଥିଲେ। ପୂର୍ବ ବର୍ଷ ମାନଙ୍କରେ ଗୀତ ନାଚର ଆସର ଜମୁଥିବା ବେଳେ ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିଲା। ରାଧାକାନ୍ତ ମୁଣ୍ଡାଙ୍କ ଆବାହକତ୍ବରେ କାର୍ଯ୍ୟକ୍ରମରେ ଶିକ୍ଷାବିତ ଶ୍ରୀ ମୁଣ୍ଡା ତାଙ୍କ ବକ୍ତବ୍ୟରେ ବିର୍ଶା ମୁଣ୍ଡାଙ୍କ ନୀତି ଆଦର୍ଶରେ ସୃତିଚାରଣ କରିଥିଲେ। ବିର୍ଶା ମୁଣ୍ଡା କମିଟି ସଭାପତି ଦେବରାଜ ମୁଣ୍ଡାଙ୍କ ସମତେ ମଧୁ ମୁଣ୍ଡା, ସାଗର ମୁଣ୍ଡା,ରାଜକିଶୋର ମୁଣ୍ଡା, ମହେନ୍ଦ୍ର ମୁଣ୍ଡା, ଲକ୍ଷ୍ମୀଧର ମୁଣ୍ଡା ଓ ସଂପାଦକ ବିଭୀଷଣ ମୁଣ୍ଡା କାର୍ୟ୍ୟକ୍ରମରେ ସାମିଲ ଥିଲ ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories