ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ଘାଟବାଲିଯୋଡି ଓ ତଣ୍ଡୋ ଗ୍ରାମକୁ ସରକାରୀ ଆମ ବସ ଚଳାଚଳ କରିବା ଦାବିରେ ଆଜି ୨ ଗ୍ରାମର ଶତାଧିକ ମହିଳା ଡୁମୁରିଆ ଛକ ନିକଟରେ ବସ୍ କୁ ଅଟକ ରଖି ବସ୍ ଚଳାଇବା ପାଇଁ ଦାବି କରିଥିଲେ। ପୂର୍ବରୁ ଗ୍ରାମକୁ ବସ୍ ଯାଉଥିବା ବେଳେ ଗତ ୩ ମାସ ଧରି ବସ୍ ଚଳାଚଳ ବନ୍ଦ ରହିଥିଲା। ବସ୍ ଅଟକି ରହିବା ଫଳରେ ବସରେ ଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇ ଫସି ରହିଥିଲେ। ପାଖାପାଖି ଅଧଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅଟକି ରହିବା ପରେ ଘଟଣାସ୍ଥଳରେ ଘଟଗାଁ ପୁଲିସ ପହଞ୍ଚି ଉତ୍ୟକ୍ତ ମହିଳା ମାନଙ୍କୁ ବୁଝାସୁଝା କରିବା ପରେ ବସ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା।
ପିତୃପକ୍ଷ: ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ, କେଉଁ ରାଶି ହେବେ ମାଲାମାଲ୍, କାହାର ଦେଖାଦେବ ସମସ୍ୟା



