www.samajalive.in
Thursday, December 11, 2025
13.1 C
Bhubaneswar

ଆନନ୍ଦପୁରକୁ ରେଳ ସଂଯୋଗ କରାଯିବାକୁ ଲୋକସଭାରେ ଦାବି କଲେ ସାଂସଦ ଅନନ୍ତ ନାୟକ

ପାଟଣା : କେନ୍ଦୁଝର ସାଂସଦ ଅନନ୍ତ ନାୟକ ଆଜି ଲୋକସଭାରେ ଆନନ୍ଦପୁର ସବଡିଭିଜନରେ ରେଳ ସଂଯୋଗୀକରଣ ନ ଥିବା ପ୍ରସଙ୍ଗ ଉଠାଇ ଆନନ୍ଦପୁରକୁ ରେଳ ଲାଇନ ସହ ଯୋଡିବାକୁ ଦାବି କରିଛନ୍ତି। ସେ ନିୟମ ୩୭୭ ଅନୁସାରେ ଏହି ପ୍ରସଙ୍ଗ ଉଠାଇ ଏହି ଦାବି କରିଛନ୍ତି। ଆନନ୍ଦପୁରକୁ ରେଳ ସଂଯୋଗୀକରଣ କରାଗଲେ ଏହି ଅଂଚଳରେ ଶିଳ୍ପର ବିକାଶ ହେବା ସହ ପର୍ଯ୍ୟଟନର ମଧ୍ୟ ବିକାଶ ହେବ ବୋଲି ଶ୍ରୀ ନାୟକ କହିଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ, ଜନଜାତିବର୍ଗର ଜନସଂଖ୍ୟା ବହୁଳ ଓ ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବଡିଭିଜନ ଅଞ୍ଚଳରେ ଆଜି ଯାଏ ରେଳ ସଂଯୋଗୀକରଣ ହୋଇପାରି ନାହିଁ। ଏହି ଅଂଚଳକୁ ରେଳ ସଂଯୋଗୀକରଣ କରିବାକୁ ସ୍ଥାନୀୟ ସ୍ତରରେ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି। ରେଳ ସଂଯୋଗୀକରଣ ନ ଥିବା କାରଣରୁ ଆନନ୍ଦପୁର ଅଂଚଳରେ ଶିଳ୍ପ ସଂସ୍ଥା ସ୍ଥାପିତ ହୋଇ ପାରୁ ନାହିଁ । ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ବେକାରୀ ସମସ୍ୟା ବୃଦ୍ଧି ହେବାରେ ଲାଗିଛି। କେନ୍ଦୁଝର ଜିଲ୍ଲାରେ ଲୌହ, ମାଙ୍ଗାନିଜ ଓ କ୍ରୋମାଇଟ ଖଣିଜ ସମ୍ପଦ ଥିବା ରାଜ୍ୟ ଓ ଦେଶର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସତ୍ୱେ ଆନନ୍ଦପୁର ଅଞ୍ଚଳରେ ଶିଳ୍ପ ସ୍ଥାପିତ ହୋଇ ପାରୁ ନାହିଁ । ଶ୍ରୀ ନାୟକ ହରିଚନ୍ଦନପୁରରୁ ଧାମରା ଯାଏ ରେଳବାଇ ଟ୍ରାକର ନିର୍ମାଣ କରାଯିବାକୁ ପ୍ରସ୍ତାବ ଦେଇଛନ୍ତି ।
ଏହା ଦ୍ୱାରା ଖଣିଜ ପରିବହନ ସୁବିଧାରେ ହୋଇ ପାରିବ। ସେ କହିଛନ୍ତି ଯେ ଏପରି କରାଗଲେ ଏହି ଅଂଚଳରେ ଶିଳ୍ପ ଓ ପର୍ଯ୍ୟଟନର ବିକାଶ ହୋଇ ପାରିବ। ପ୍ରସ୍ତାବିତ ରେଳ ଲାଇନ କେବଳ ଯେ ଏହି ଅଂଚଳରେ ଶିଳ୍ପକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ସ୍ଥାନୀୟ ଲୋକ ମାନଙ୍କୁ ରୋଜଗାରର ସୁଯୋଗ ମଧ୍ୟ ପ୍ରଦାନ କରିବ ବୋଲି ସେ କହିଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ ଏହି ଅଞ୍ଚଳରେ ପର୍ଯ୍ୟଟନର ପ୍ରବଳ ସମ୍ଭବନା ରହିଛି । ଘଟଗାଁ ମା ତାରିଣୀ ମନ୍ଦିର, ଗୁଣ୍ଡିଚାଘାଘି ଜଳ ପ୍ରପାତ, ଦରଗୁଡିଶିଳା ପିକନିକ ସ୍ଥଳ, ହଦଗଡ ଇକୋ ଟୁରିଜମ କେନ୍ଦ୍ର, ଚକ୍ରତୀର୍ଥ ଗୁମ୍ଫା ଓ ଗଡଚଣ୍ଡୀ ମନ୍ଦିର ଭଳି ପ୍ରମୁଖ ଆକର୍ଷଣର କେନ୍ଦ୍ର ରହିଛି । ହେଲେ ପର୍ଯ୍ୟାପ୍ତ ପରିବହନ ବ୍ୟବସ୍ଥା ଅଭାବରେ ପର୍ଯ୍ୟଟକମାନେ ଏହି ସ୍ଥାନ ଗୁଡିକୁ ପହଂଚି ପାରୁ ନାହାନ୍ତି । ତେଣୁ ରେଳବାଇ ସଂଯୋଗୀକରଣ ହେଲେ ପରିବହନ ସୁବିଧା ହେବା ସହ ଏହି ପର୍ଯ୍ୟଟନ ସ୍ଥଳ ଗୁଡିକର ବିକାଶ ହେବ ଓ ଅଧିକରୁ ଅଧିକ ପର୍ଯ୍ୟଟକମାନେ ଆସି ପାରିବେ ଓ ଏହି ଅଂଚଳର ଆର୍ଥିକ ବିକାଶ ହେବ ବୋଲି ସେ କହିଛନ୍ତି ।

ଫେବୃଆରୀରେ ୪ ଗ୍ରହଙ୍କ ଚଳନ ପାଇଁ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ଚାକିରି ଠାରୁ ଆରମ୍ଭ କରି ସବୁ ଇଚ୍ଛା ହେବ ପୂରଣ..

- Advertisement -

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories