www.samajalive.in
Saturday, December 6, 2025
26.1 C
Bhubaneswar

ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଯୁବକ ଗିରଫ

ପାଟଣା : ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟର ଜଣେ ଅନୁସୂଚିତ ଜାତିର ନାବାଳିକା ତଥା ନବମ ଶ୍ରେଣୀର ଛାତ୍ରୀଙ୍କୁ ଜଣେ ସ୍ଥାନୀୟ ଯୁବକ ବିବାହର ପ୍ରଲୋଭନ ଦେଖାଇ ଗତ ମଙ୍ଗଳବାର ରାତିରେ ଅପହରଣ କରି ନେଇଥିଲା । ଏନେଇ ଥାନାରେ ଅଭିଯୋଗ ହେବା ପରେ ଥାନା କେଶ ନମ୍ବର ୧୩୫/୨୦୨୪ ମୂଳେ ଏକ ମାମଲା ରୁଜୁ କରାଯିବା ସହ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣାର ତଦନ୍ତ କରୁଥିଲେ । ଗତକାଲି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରୁ ନାବାଳିକା ସହ ଉକ୍ତ ଯୁବକକୁ ଉଦ୍ଧାର କରାଯାଇଛି। ସଂପୁକ୍ତ ଯୁବକଙ୍କୁ ଅପହରଣ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଯୁବକ ଜଣକ ଢେଙ୍କିକୋଟର ଦିଲିପ ମୁଖି (୨୧) ବୋଲି ଜଣାପଡିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories