www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ 

ଛତ୍ରପୁର : ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମଜୟନ୍ତୀ ଛତ୍ରପୁରଠାରେ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ମହାସମାରୋହରେ ପାଳନ କରାଯାଇଛି । ସ୍ଥାନୀୟ ଲୋୟର ବସଷ୍ଟାଣ୍ଡସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରବାଦ ପୁରୁଷଙ୍କ ଜୀବନ ଧାରା ଉପରେ ସ୍ମୃତିଚାରଣ କରାଯାଇଥିଲା । ପରେ ଦଳୀୟ ନେତା ଓ କର୍ମୀ ମାନେ ଲୋୟାର ବସଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ଦଳୀୟ କର୍ମକର୍ତ୍ତା, କର୍ମୀ, ସକ୍ରିୟ ସଦସ୍ୟ, ଏନଏସି ଓ ପଂଚାୟତ ପ୍ରତିନିଧି ମାନଙ୍କୁ ନେଇ ଲୋକସେବାକୁ ମହନୀୟ ବ୍ରତ ଭାବେ ଗ୍ରହଣ କରିବା ଏବଂ ସମୃଦ୍ଧ, ସଶକ୍ତ, ଦଳୀୟ ଏକତା ଓ ଦଳୀୟ ଶୃଙ୍ଖଳା ସ୍ୱାଭିମାନୀ, “ନବୀନ ଓଡିଶା” ଗଢିବା ପାଇଁ ବିଧାୟକ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ,ପୂର୍ବତନ ବିଧାୟକ ଅଶୋକ ଚୈାଧୂରୀ, ଛତ୍ରପୁର ନଗର ସଭାପତି ବି. ରାଜିବାବୁ, ଛତ୍ରପୁର ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ବ୍ଲକ ସଭାପତି କାଳିଆ ନାହାକ, ଗଞ୍ଜାମ ଏନଏସି ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ଛତ୍ରପୁର ଏନଏସି ର କାଉନସିଲର ପ୍ରିତିଛନ୍ଦା ସାମଲ, ସନ୍ତୋଷୀ ସେଠୀ, ମମତା ପାତ୍ର, ବି. ନିଶ୍ଚଳା, ସୁମନ୍ତ ନାହାକ, ବିଜୁ ଯୁବ ଜନତା ଦଳ ସଭାପତି ଭବାନୀ କାନ୍ତ ସାହୁ, ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକ, ରାକେଶ ଦାସ, ଜିତୁ ପଣ୍ଡା, ପି. ଚନ୍ଦ୍ର ଶେଖର, ଦଣ୍ଡପାଣି ପରିଡାଙ୍କ ସମେତ ବିଜୁ ଆଇନ ସାମ୍ମୁଖ୍ୟ ର ସମସ୍ତ କର୍ମକର୍ତ୍ତାଙ୍କ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories