www.samajalive.in
Saturday, December 6, 2025
16.1 C
Bhubaneswar

ପାଇଖାନା ଛାତ ଖସି ୨ ଛାତ୍ର ଗୁରୁତର

ପାଟଣା: ପାଟଣା ମୁଖ୍ୟାଳୟରେ ଥିବା ମକ୍ତବ ବିଦ୍ୟାଳୟରେ ସୋମବାର ଘଟିଛି ଏକ ଅଭାବନୀୟ ଘଟଣା। ପାଇଖାନା ଛାତ ଖସି ୨ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତିି।

ସୂଚନାନୁସାରେ, ଦୁଇ ଜଣ ଛାତ୍ର ପାଇଖାନା ଭିତରକୁ ଯାଇଥିବାବେଳେ ପୁରୁଣା ଭଙ୍ଗା ଦଦରା ଅବସ୍ଥାରେ ପଡିରହିଥିବା ଛାତ ତାଙ୍କ ଉପରେ ଗଳିପଡ଼ିଥିଲା। ଫଳରେ ଉଭୟ ଛାତ୍ର ଗୁରୁତର ଭାବେ ଆହତ ହୋଇଥିଲେ। ଦୁଇ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ର ଦୁଇ ଜଣ ହେଲେ ସ୍ଥାନୀୟ ଅଞ୍ଚଳର ରବିନ୍ଦ୍ର କାରୁଆଙ୍କ ପୁଅ ସନ୍ତୋଷ କାରୁଆ ଏବଂ ସୁଶାନ୍ତ ନାଏକଙ୍କ ପୁଅ ରାଜା ନାଏକ। ଉଭୟ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣାପଡିଛି। ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି। ଦୁଇ ଛାତ୍ରଙ୍କୁ ଏବେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories