www.samajalive.in
Saturday, December 6, 2025
26.1 C
Bhubaneswar

ଗାଁ ମଝିରେ ଇଟା କାରଖାନାକୁ ବିରୋଧ

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ବାଇକଳା ପଞ୍ଚାୟତ ତୁରୁମୁଙ୍ଗା ଥାନା ବିଲ୍ଲା ଗ୍ରାମ ମଧ୍ୟରେ ଏକ ବର୍ଷ ହେବ ଜଣେ ବ୍ୟକ୍ତି ନିଜ ଜମିରେ ଏକ ଇଟା ମେସିନ ବସାଇ ବ୍ୟବସାୟ କରୁଛନ୍ତି । ମେସିନଟି ଖୋଲା ପଡିଆରେ ବସିଛି। ଉପରେ ବାଉଁଶ ଦ୍ଵାରା ପାଲ ପକାଯାଇଛି । ମେସିନକୁ ଲାଗି ଚାରି କଡରେ ଡଷ୍ଟ ଜମା କରି ରଖାଯାଇଛି । ବର୍ଷା ପାଣିରେ ଡଷ୍ଟ ଗୁଡିକ ଭାସିଯାଇ ପଡିଶା ଘର ବାଡିରେ ପଡୁଛି ଏବଂ ମେସିନ ଚାଲିବା ସମୟରେ ଡଷ୍ଟ ଗୁଡିକ ଉଡି ପାଖ ଘର ଗୁଡିକ ଧଳା ଦେଖାଯାଉଛି ବୋଲି ପଡିଶା ଘର ଅଭିଯୋଗ କରିଛନ୍ତି । ଇଟା ମେସିନ ମାଲିକକୁ ବାରମ୍ବାର ପାଚେରି କରିବାକୁ କହିଲେ ମଧ୍ୟ ସେ ଶୁଣୁ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି । ଯେଉଁ କାରଣରୁ ଧୁଳି ସାଙ୍ଗକୁ ଧୂଆଁ ବାହାରୁଛି । ମେସିନ ଚାଲିବା ସମୟରେ ତା ଶବ୍ଦରେ ମଧ୍ୟ ଘରେ ରହି ହେଉନାହିଁ। ପିଲା ମାନେ ପାଠ ପଢି ପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏହି ମେସିନଟି ଗାଁରୁ କିଛି ଦୂରକୁ ଉଠାଇ ନିଆ ଯାଉ କିମ୍ବା ଉଚ୍ଚ ପାଚେରୀ ଭିତରେ ରଖାଯାଉ ବୋଲି ଦାବୀ ହେଉଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories