www.samajalive.in
Saturday, December 6, 2025
26.1 C
Bhubaneswar

ହରିଶଚନ୍ଦ୍ର ଯୋଜନା ବାଟବଣା, ଶୁଦ୍ଧିକ୍ରିୟା ସହାୟତା କଲା ଭରସା ପରିବାର

ପାଟଣା : ସଦର ବ୍ଲକ ବୋଦାପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମର ଦିନମଜୁରିଆ ମୋହନ କୁମାର ନାଏକଙ୍କୁ ପାଗଳ କୁକୁର କାମୁଡିବା ପରେ ସଚେତନତାର ଅଭାବରେ ଡାକ୍ତରଖାନା ନଆସି ଦେଶୀ ଔଷଧ ବ୍ୟବହାର କରି ୯ ଦିନ ପୂର୍ବରୁ ମୃତ୍ୟୁବରଣ କରିଥିଲେ। ଦିନ ମଜୁରିଆ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ପୁଷ୍ପା ନାଏକ ଜଣେ ନାବାଳିକା ଝିଅ ଓ ଗୋଟିଏ ନାବାଳକ ପୁଅ ସହିତ ନିଜକୁ ଅସହାୟ ମନେ କରୁଥିଲେ।
ଭରସା ପରିବାରର ଆଞ୍ଚଳିକ ସଦସ୍ୟ ବିମଲ କୁମାର ସେଠୀ ଦୁଃଖୀ ପରିବାରବର୍ଗଙ୍କ ନିକଟରେ ପହଞ୍ଚି ସମବେଦନା ଜ୍ଞାପନ କରିବା ସହିତ ଶୁଦ୍ଧିକ୍ରିୟା ସହାୟତା ପାଇଁ ସଂଗଠନକୁ ଅନୁରୋଧ କରିଥିଲେ। ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତଙ୍କ ସ୍ୱୀକୃତି କ୍ରମେ ସଂଗଠନର ସକ୍ରିୟ କର୍ମକର୍ତ୍ତାଙ୍କ ମଧ୍ୟରେ ସକ୍ଷମ ଅନୁସାରେ ଅର୍ଥରାଶି ଆଦାୟ କରି ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକୀୟ ତେଜରାତି ସାମଗ୍ରୀ, ଶୁଖିଲା ଖାଦ୍ୟ ତଥା ଆର୍ଥିକ ସହାୟତା ମୃତକଙ୍କ ଅସହାୟ ପରିବାରକୁ ପ୍ରଦାନ କରାଯାଇଛି। ସହାୟତା ପ୍ରଦାନ ସମୟରେ ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତ, ଜିଲ୍ଲା ସଭାପତି ଜନ୍ମେଜୟ ସିଂହ, ବିମଲ କୁମାର ସେଠୀ,କୌଶିକ ଜେନା, ମନୋଜ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଅସହାୟ ବିଧବା ପତ୍ନୀ ପୁଷ୍ପା ନାଏକ ବୋଦାପଳସା ଗ୍ରାମପଞ୍ଚାୟତର ସରପଞ୍ଚ ସରକାରୀ ଯୋଜନାର ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ କରୁ ନଥିବା କଥା ଦୁଃଖର ସହିତ ପ୍ରକାଶ କରିଥିଲେ। ପ୍ରକାଶ ଥାଉ କି ଦୁଇ ବର୍ଷ ପୂର୍ବରୁ ମୃତକଙ୍କ ପିତା ମଧ୍ୟ ମୃତ୍ୟୁବରଣ କରିଥିଲେ। ସେତେବେଳେ ମଧ୍ୟ ସରପଞ୍ଚଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ହରିଶଚନ୍ଦ୍ର ଯୋଜନାର ସହାୟତା ରାଶି ମିଳି ନଥିବା କଥା ପୁଷ୍ପା ନାଏକ ପ୍ରକାଶ କରିଥିଲେ। ଅସହାୟ ପରିବାର ବର୍ଗ ତଥା ଉପସ୍ଥିତ ଗ୍ରାମବାସୀ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଭରସା ପରିବାରକୁ ପ୍ରଶଂସା କରିବା ସହିତ ଅସହାୟ ଆଦିବାସୀ ପରିବାରକୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଦାବୀ କରିଛନ୍ତି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories