ଦିନକୁ ୩ ଥର ଗୁଡାଖୁ ଘଷୁଥିଲେ ମହିଳା, ଘରୁ ବାହାରେ କରିଦେଲେ ସ୍ୱାମୀ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ଦମ୍ପତ୍ତିଙ୍କ ଛାଡପତ୍ର ମାମଲା ସାମ୍ନାକୁ ଆସିଛି । ତେବେ ଏହାର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କୁହାଯାଉଛି କି ପତ୍ନୀ ଦାନ୍ତରେ ଗୁଡାଖୁ ଘଷିବା ସ୍ୱାମୀଙ୍କୁ ପସନ୍ଦ ନଥିଲା । ଏହି କାରଣରୁ ଝଗଡା ହୋଇ ଶେଷରେ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଛି।
କୁହାଯାଉଛି କି ପତ୍ନୀ ବାରମ୍ବାର ଗୁଡାଖୁରେ ଦାନ୍ତ ଘଷୁଥିଲେ । ପତିଙ୍କୁ ଏହା ପସନ୍ଦ ନଥିଲା । ସେ କୁହନ୍ତି କି ତାଙ୍କ ପତ୍ନୀ ଦିନକୁ ୩ ଥର ଗୁଡାଖୁରେ ଦାନ୍ତ ଘଷୁଥିଲେ । ଅନେକ ଥର ମନା କରିବା ପରେ ମଧ୍ୟ ସେ ଶୁଣୁନଥିଲେ । ଏହା ପରେ ବିବାଦ ହେଲା । ଶେଷରେ ସେ ନିଜ ପତ୍ନୀଙ୍କୁ ଛାଡିଦେଲେ ।
ମହିଳା ଗତ ୨ ମାସ ହେବ ନିଜ ବାପ ଘରେ ରହୁଛନ୍ତି । ତାଙ୍କ ପରିବାର ଲୋକେ କୁହନ୍ତି କି ସେ ବିବାହ ପୂର୍ବରୁ ମଧ୍ୟ ଗୁଡାଖୁରେ ଦାନ୍ତ ଘଷୁଥିଲେ । ତାଙ୍କର ଏହି ଅଭ୍ୟାସ ରହିଯାଇଛି । ପରିବାର ଲୋକେ କହିଲେ ମଧ୍ୟ ସେ ନିଜର ଏହି ଅଭ୍ୟାସ ଛାଡିପାରୁନାହାଁନ୍ତି । କିନ୍ତୁ ଏହି ସାମାନ୍ୟ କାରଣରୁ କଣ ସ୍ତ୍ରୀକୁ ଘରୁ ବିଦା କରାହୁଏ ବୋଲି ମହିଳାଙ୍କ ପରିବାରଲୋକେ ପ୍ରଶ୍ନ କରିଛନ୍ତି । ଏଥିପାଇଁ ସେମାନେ ଗାଁ ଲୋକଙ୍କୁ ଡାକି ସମସ୍ତଙ୍କ ସାମ୍ନାରେ ଏହାର ବିଚାର କରିବେ ବୋଲି କହୁଛନ୍ତି ।

Comments are closed.