www.samajalive.in
Saturday, December 6, 2025
17.1 C
Bhubaneswar

ଜିପ୍‍ ଉପରେ ଓଲଟିଲା ହାଇୱା ; ୩ ପୁଲିସ କର୍ମଚାରୀ ମୃତ

ପଟଣା : ଆଜି ସକାଳେ ପଟଣାର ଦାନାପୁର ଅଞ୍ଚଳରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଏକ ହାଇୱା ଭାରସାମ୍ୟ ହରାଇ ଧକ୍କା ହେବା ପରେ ପୁଲିସ ଜିପ୍‍ ଉପରକୁ ଓଲଟି ପଡିଛି। ଫଳରେ ଜିପ୍‍ ରେ ଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗଭୀର ଆହତ ହୋଇଛନ୍ତି।
ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ, ହାଇୱା ପୁଲିସ ଜିପ୍‍ କୁ ପଛପଟୁ ଧକ୍କା ଦେବା ପରେ ଜିପ ଉପରେ ଓଲଟି ପଡିଥିଲା। ଫଳରେ ପୁଲିସ କର୍ମଚାରୀ ଜିପ ଭିତରେ ଚାପି ହୋଇ ରହିଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଜିପ୍‍ ରେ ନିଆଁ ମଧ୍ୟ ଲାଗି ଯାଇଥିଲା। ଖବର ପାଇ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ମିଳିଥିବା ସୂଚନାନୁଯାୟୀ,ଦୁର୍ଘଟଣାର ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜିପ୍‍ ରେ ଫସି ରହିଥିବା ସଭିଁଙ୍କୁ ଉଦ୍ଧାର କରିଥିଲେ। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଦୁର୍ଘଟଣା ସ୍ଥାନରେ ବରିଷ୍ଠ ଅଧିକାରୀ ପହଞ୍ଚିବା ସହ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories