www.samajalive.in
Saturday, December 6, 2025
17.1 C
Bhubaneswar

ବାସନ ମାଜୁଥିବା ବେଳେ ଧକ୍କା ଦେଇ ଘୋଷାଡି ନେଲା କାର୍ : ମହିଳା ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ପାଟଣା : ପାଟଣା ଥାନା ଅନ୍ତର୍ଗତ ପାଟଣା – କରଞ୍ଜିଆ ୨୨୦ ନମ୍ୱର୍ ଜାତୀୟ ରାଜପଥ ର ଧାନବେଣୀ ନିକଟରେ ଘର ସାମ୍ନାରେ ରାସ୍ତା କଡ଼ରେ ବାସନ ମାଜୁଥିବା ଗ୍ରାମର ବିଜୟ ମହାନ୍ତ ଙ୍କ ପତ୍ନୀ କନକ ମହାନ୍ତ (୪୫) ଙ୍କୁ ଆଜି ଭୋରରୁ ଗୋଟିଏ ଇଣ୍ଡିକା ଧକ୍କା ଦେଇ ୨୦ ମିଟର ଯାଏ ଘୋଷାଡି ନେବାରୁ ଘଟଣା ସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ଇଣ୍ଡିକା କାରକୁ ସେହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତ ନିଜ ବୁଲେଟରେ ଗୋଡ଼ାଇ ଗୋଡ଼ାଇ ଫିଲ୍ମ୍ ଷ୍ଟାଇଲରେ ସୁଆମ ଛକ ନିକଟରୁ ଧରିଛନ୍ତି। ଇଣ୍ଡିକା ଟି ଘଟଗାଁ ଥାନା ତୋରାଣୀପୋଖରୀ ପଞ୍ଚାୟତ ଧୋବାପିଟଣା ଗ୍ରାମର ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଛି।

କାରଟିକୁ ପାଟଣା ଥାନାରୁ ଅଣାଯାଇଛି। ଦୁର୍ଘଟଣା ପରେ ସକାଳ ୬ ଟାରୁ ଧାନବେଣୀ ଠାରେ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ପାଟଣା ଥାନାଧିକାରୀ ସୋମନାଥ ଜେନା , ସବ୍ ଇନ୍ସପେକ୍ଟରଙ୍କ ଅରୂପ କୁମାର ସାମଲଙ୍କ ସହ ଓ ସାହାରପଡା ତହସିଲଦାର ଲମ୍ବୋଦର ଖୁଣ୍ଟିଆ ପ୍ରମୁଖ ଘଟଗାଁ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ରେଡ୍ କ୍ରସରୁ ମହିଳାଙ୍କ ଶୁଦ୍ଧିକ୍ରିୟା ପାଇ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ସକାଳ ୯ ଟାରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି । ପାଟଣା ଅଗ୍ନିଶମ ବାହିନୀ ମୃତା ମହିଳାଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପାଟଣା ମେଡିକାଲକୁ ନେଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories