www.samajalive.in
Sunday, December 7, 2025
14.1 C
Bhubaneswar

ସଟ୍ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା ଘର

ପାଟକୁରା: ଗତକାଲି ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ଜଳି ଯିବା ସହିତ ଏହି ଅଗ୍ନିକାଣ୍ଡ ଫଳରେ ୧୫ ଗୋଟି ଛେଳି, ଗୋଟିଏ ବାଛୁରି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅନ୍ୟ ୨ଗୋଟି ଗାଇ ଓ ଗୋଟିଏ ବାଛୁରୀ ଅଗ୍ନିକାଣ୍ଡରେ ପୋଡ଼ିଯାଇ ଗୁରୁତର ହୋଇଛନ୍ତି।
ପ୍ରକାଶ ଯେ ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ପଞ୍ଚାୟତର ହରିଦାସପୁର ଗ୍ରାମର କବୀର ଚରଣ ମହାନ୍ତି ଓ ତାଙ୍କ ଭାଇ ନିରଞ୍ଜନ ମହାନ୍ତିଙ୍କର ରହିବା ୪ ବଖରା ଘର ସହିତ ଗୋଟିଏ ଗୁହାଳ ଘର ଥିଲା। ଗତକାଲି ବିଳମ୍ବିତ ରାତ୍ରୀରେ ହଠାତ୍ କବୀରଙ୍କ ଘରେ ଅଗ୍ନିକାଣ୍ଡ ଘଟି ଘର ଜଳୁଥିବାର ପାଖ ପଡୋଶୀଘରର ଲୋକମାନେ ଦେଖିବାକୁ ପାଇ ପାଟି କରିଥିଲେ। ପାଟିଶୁଣି ଘରର ଲୋକମାନେ ଉଠିଥିଲେ। ଖବର ପାଇ ଗରଦପୁର ଅଗ୍ନିଶମ ବିଭାଗ ଆସି ପହଞ୍ଚି ନିଆଁକୁ ଆୟତ କରିଥିଲା।
ଏହି ଅଗ୍ନିକାଣ୍ଡରେ ଘରର ଆସବାସ ପତ୍ର ସମ୍ପୂର୍ଣ୍ଣ ପୋଡିଯାଇଛି। ଗୁହାଳ ଘରେ ଥିବା ୧୫ ଗୋଟି ଛେଳି ଓ ଗୋଟିଏ କଅଁଳା ବାଛୁରି ବାହାରି ନ ପାରି ନିଆଁରେ ପୋଡିଯାଇ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକମାନେ ପ୍ରକାଶ କରିଛନ୍ତି। ଖବର ଲେଖାହେବା ବେଳକୁ ମୃତ ବାଛୁରୀ ଓ ମୃତ ଛେଳିଗୁଡିକ ପୋଡିଯାଇଥିବା ଘରେ ପଡି ରହିଥିବାର ଦେଖାଯାଇଛି। ଏହି ଗୁହାଳ ଘରେ ଥିବା ଅନ୍ୟ ଦୁଇଟି ଗାଈ ଓ ଅନ୍ୟ ଏକ ବାଛୁରୀ କୌଣସି ପ୍ରବାରରେ ବାହାରି ଆସିଥିଲେ। ଅର୍ଦ୍ଧଦଗ୍ଦ ଅବସ୍ଥାରେ ଥିବା ଗାଈ ଓ ବାଛୁରୀକୁ ଆଜି ଗରଦପୁର ପ୍ରାଣୀ ଚିକତ୍ସକ ପ୍ରଶନ୍ନ ପରିଡା ଅଗ୍ନିବିପନ୍ନଙ୍କ ଘରେ ପହଞ୍ଚି ଚିକିତ୍ସା କରିଛନ୍ତି। ଖବର ପାଇ ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଠାନର ପରିଚାଳନା ନିର୍ଦେଶକ ଭଗବାନ ଜେନା ଅଗ୍ନିବିପନ୍ନ ପରିବାରମାନଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇବା ସହିତ ଦୁଇଗୋଟି ଫାମିଲି କିଟ୍ସ ପ୍ରଦାନ କରିଛନ୍ତି। ପାଟକୁରା ବିଧାୟିକାଙ୍କ ପୁତ୍ର ତଥା ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନ ପରିବାରମାନଙ୍କୁ ସମବେଦନା ଜଣାଇଛନ୍ତି। ବେଡାରୀ ସରପଞ୍ଚ ଗୋକୂଳାନନ୍ଦ ବେହେରା, ଗରଦପୁର ସର୍କଲର ରାଜସ୍ୱ ନିରିକ୍ଷକ ଅଜୟ କୁମାର ମଲ୍ଲିକ ଘରପୋଡିକୁ ଅନୁଧ୍ୟାନ କରି ଫେରିଯାଇଛନ୍ତି। ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବାର ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ବିଳମ୍ବିତ ରାତ୍ରୀ ଯୋଗୁଁ ଅଗ୍ନିକାଣ୍ଡ ସମୟରେ ଘର ମଧ୍ୟରୁ କୌଣସି ଜିନିଷପତ୍ର ଉଦ୍ଧାର କରାଯାଇ ପାରି ନ ଥିଲା। ଅଗ୍ନିବିପନ୍ନ ପରିବାରମାନଙ୍କୁ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories