www.samajalive.in
Friday, December 5, 2025
20.1 C
Bhubaneswar

୨୦ବର୍ଷ ପୂ୍‌ର୍ତ୍ତିରେ ୨୦ଫୁଟର ମୂର୍ତ୍ତି

ଭୁବନେଶ୍ବର : ଚଳିତ ବର୍ଷ ଭୁବନେଶ୍ବର ସ୍ଥିତ “ପ୍ୟାସନ କ୍ଲବ” ପକ୍ଷରୁ ବିଧାୟକ କଲୋନୀ ଠାରେ “ଗଣେଶ ପୂଜା” ନିମନ୍ତେ ୨୦ବର୍ଷ ପୂ୍‌ର୍ତ୍ତିରେ ୨୦ଫୁଟର ମୂର୍ତ୍ତି ନିର୍ମାଣ କରାଯାଉଛି । ଏଥିରେ ବିଶେଷ ଆକର୍ଷଣ ସାଜିବ ପ୍ଲାଷ୍ଟିକ୍ ବୋତଲରେ ତିଆରି ତୋରଣ । ଭସାଣ ଉତ୍ସବ ସମୟରେ ଲୋକଙ୍କ ପାନୀୟ ପାଇଁ ବଣ୍ଟନ କରାଯାଉଥିବା ପ୍ଲାଷ୍ଟିକ୍ ବୋତଲକୁ କିପରି ଭାବରେ ପୁନଃ ବ୍ୟବହାର କରି ସୁନ୍ଦର ତୋରଣ ପ୍ରସ୍ତୁତ କରାଯାଇପାରିବ, ତାକୁ ଆଖି ଆଗରେ ରଖି କ୍ଲବ୍ ଏଭଳି ପଦକ୍ଷେପ ନେଇଛି । ଆଗାମୀ ବର୍ଷ ଗଛରେ ତୋରଣ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ଏହି କ୍ଲବ୍ ।

- Advertisement -

ସୂଚନାମୁତାବକ “ପ୍ୟାସନ କ୍ଲବ” ଲୋକଙ୍କ ପାଇଁ ୨୦୦୫ ମସିହାରୁ ମସିହାରୁ କାମ କରିଆସୁଛି । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀ ସାମାଜିକ କାର୍ଯ୍ୟକ୍ରମରେ ଜଡିତ ହୋଇ ଅନେକ ପ୍ରସଂଶା ଓ ସମ୍ମାନ ଜନକ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିସାରିଛି । ଯଥା- ସ୍ବଚ୍ଛ ଭାରତ ଅଭିଯାନ, ଟ୍ରାଫିକ ନିୟନ୍ତ୍ରଣ ସଚେତନତା, ବୃକ୍ଷ ରୋପଣ, ବେଟି ବଞ୍ଚାଅ ବେଟି ପଢ଼ାଅ, ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ସଚେତନତା ଶିବିର, ମାଗଣା ବସ୍ତ୍ର ଦାନ, ମାଗଣା ଅନ୍ନ ଦାନ, ଦୃଷ୍ଟି ହୀନ କ୍ରିକେଟ୍ ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା, ପଖାଳ ଦିବସ ପରି ଅନେକ କିଛି । ଚଳିତ ବର୍ଷ ଏହି କ୍ଲବ୍ ମହାଆଡମ୍ବର ସହିତ “ଗଣେଶ ପୂଜା” ପାଳନ କରୁଛି ।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories