www.samajalive.in
Saturday, December 13, 2025
26.1 C
Bhubaneswar

୩ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ଦିନ ଆରମ୍ଭ: ମିଥୁନ ରାଶିରେ ଚନ୍ଦ୍ରଙ୍କ ପ୍ରବେଶ

ସମାଜ ଡିଜିଟାଲ ଡେସ୍କ: ଜ୍ୟୋତିଷ ଶାସ୍ତ୍ରରେ ପଞ୍ଚାଙ୍ଗ ଅନୁସାରେ ଚନ୍ଦ୍ର ୧୮ଅଗଷ୍ଟ ଦିନ ୨ଟା ୩୯ମିନିଟରେ ମିଥୁନ ରାଶିରେ ପ୍ରବେଶ କରିଛନ୍ତି । ତେବେ ଏହି ସମୟରେ କେଉଁସବୁ ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ ଚାଲନ୍ତୁ ଜାଣିବା ।
ମିଥୁନ ରାଶି: ମିଥୁନ ରାଶିରେ ଚନ୍ଦ୍ରଙ୍କ ଗମନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ । ବ୍ୟକ୍ତିଗତ ଜୀବନରେ ଚାଲିଥିବା ସମସ୍ୟାର ଅନ୍ତ ହେବ ଏବଂ ଘରେ ଶାନ୍ତି ରହିବ । ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିପାରେ । ସମାଜର କଲ୍ୟାଣ ପାଇଁ କାମ କରୁଥିବା ଲୋକଙ୍କ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଟଙ୍କା ରୋଜଗାର କରିବାର ସବୁର୍ଣ୍ଣ ସୁଯୋଗ ମିଳିବ, ଯାହା ଆର୍ଥିକ ଅବସ୍ଥାକୁ ମଜବୁତ କରିବ ।
କନ୍ୟା ରାଶି: ଏହି ରାଶିର ଲୋକଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବ, ଯାହା ସକାରାତ୍ମକ । ବିବାହିତ ବ୍ୟକ୍ତିମାନଙ୍କୁ ସେମାନଙ୍କର ଅଜାଣତରେ ହୋଇଥିବା ଭୁଲକୁ ସଂଶୋଧନ କରିବାର ସୁଯୋଗ ମିଳିବ । ଏହି ସପ୍ତାହରେ କନ୍ୟା ରାଶିର ବ୍ୟକ୍ତିମାନଙ୍କୁ ବ୍ୟବସାୟରେ ଆର୍ଥିକ ଲାଭ ମିଳିପାରେ । ଚାକିରି କରୁଥିବା ବ୍ୟକ୍ତିମାନେ ସେମାନଙ୍କ କ୍ୟାରିଅର ସହିତ ଜଡିତ କିଛି ଭଲ ଖବର ପାଇବେ । ବୟସ୍କଙ୍କୁ ମାନସିକ ଶାନ୍ତି ଅଭୁବନ ହେବ, ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡିବ ।
ବିଛା ରାଶି: ଚନ୍ଦ୍ରଙ୍କ ପ୍ରବେଶ ହେତୁ ବିଛା ରାଶି ପାଇଁ ଅତ୍ୟନ୍ତ ଖୁସିକର ହେବ । ବିବାହିତ ଲୋକଙ୍କୁ ବ୍ୟକ୍ତିଗତ କାମ ପାଇଁ ଦୌଡିବାକୁ ପଡିବ । ଶେଷରେ ଖୁସି ଖବର ପାଇବେ । ବ୍ୟବସାୟୀଙ୍କ କୁଣ୍ଡଳୀରେ ଟଙ୍କା ପାଇବାର ସହଜ ସମ୍ଭାବନା, କିନ୍ତୁ ସେମାନଙ୍କୁ ଟିକେ କଠନ ପରିଶ୍ରମ କରିବାକୁ ପଡିବ । ଚାକିରି କରିଥିବା ବ୍ୟକ୍ତିମାନଙ୍କୁ ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରିବାର ସୁଯୋଗ ମିଳିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories