ଏପ୍ରିଲ ୧ରୁ ବିନା ଟିକେଟରେ ରେଳ ଯାତ୍ରା କଲେ – ରେଳ ବିଭାଗ ଗ୍ରହଣ କରିଛି ଏହି ପଦକ୍ଷେପ

ନୂଆଦିଲ୍ଲୀ- ବେଳେ ବେଳେ ଅନେକ ଯାତ୍ରୀ ବିନା ଟିକେଟରେ ରେଳରେ ଯାତ୍ରା କରିଥାଆନ୍ତି । ଟିଟିଇ କି ରେଳ  ସୁରକ୍ଷା କର୍ମୀଙ୍କ ଦ୍ୱାରା ଧରା ପଡିଲେ ଅନେକ ଜରିମାନା ଦେଇଥାଆନ୍ତି । ବେଳେ ବେଳେ ଲୋକମାନେ କୌଣସି ବ୍ୟସ୍ତତା କିମ୍ବା ଅନ୍ୟ କାରଣରୁ ଟିକେଟ କରିପାରି ନଥାନ୍ତି ।

prayash

ଏବେ ରେଳ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ବ୍ୟବସ୍ଥା କରାଯାଉଛି । ଯଦି ଯାତ୍ରୀ ବିନା ଟିକେଟ୍‌ରେ ଯାତ୍ରା କରୁଥାଆନ୍ତି ତେବେ ତାଙ୍କ ଠାରୁ କ୍ୟୁଆର୍‌ କୋଡ୍‌ରେ ଜରିମାନା ଆଦାୟ କରାଯିବ । ଯାତ୍ରା କରିବା ସମୟରେ ବିନା ଟିକେଟରେ ଧରା ପଡିଲେ ନଗଦ ଟଙ୍କା ନଥିଲେ ଅନ୍‌ଲାଇନ୍‌ ଜରିମାନା ଦେବେ । ଏଥିପାଇଁ ରେଳ ବିଭାଗ ତାଙ୍କ କର୍ମଚାରୀମାନଙ୍କୁ ଟର୍ମିନାଲ ମେସିନ୍‌ ପ୍ରଦାନ କରିବ । ଏଥିପାଇଁ ଯାତ୍ରୀଙ୍କୁ ନିଜ ମୋବାଇଲ୍‌ରେ କ୍ୟୁଆର୍‌ କୋଡ୍‌ ସ୍କାନ କରି ଜରିମାନା ଦେବା ପାଇଁ ପଡିବ ।

ରେଳ ବିଭାଗ ପକ୍ଷରୁ କୁହାଯାଇଛି ବିଭାଗର ଅନ୍‌ଲାଇନ୍‌ ପେମେଣ୍ଟ ଯୋଗୁଁ ବିଭିନ୍ନ ପ୍ରକାରର ଦୁର୍ନୀତିକୁ ରୋକାଯାଇ ପାରିବ । ଜରିମାନା ଦେଉଥିୂବା ଯାତ୍ରୀମାନେ ମଧ୍ୟ ସହଜରେ ଜୋରିମାନା ଦେଇ ପାରିବେ ।

Comments are closed.