www.samajalive.in
Monday, December 15, 2025
16.1 C
Bhubaneswar

ଫୁଲବାଣୀ ନଗର ସଭାପତି ହେଲେ ପାର୍ଥ ବିଶ୍ୱାଳ, ବିଭିନ୍ନ ମହଲରେ ଶୁଭେଚ୍ଛା

ଫୁଲବାଣୀ: କନ୍ଧମାଳ ଜିଲାର ବ୍ଳକ ଓ ଜିଲାସ୍ତରୀୟ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଥିବା ବେଳେ ଫୁଲବାଣୀ ପୌର ପରିଷଦର ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ଯୁବନେତା ପାର୍ଥ ସାରଥୀ ବିଶ୍ୱାଳ। ଆଜି ତାଙ୍କ ଦଳର ଯୁବନେତାମାନେ ସ୍ୱାଗତ କରିଥିଲେ। ଏଥି ନିମନ୍ତେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ, ଜିଲା ସଭାପତି ସରୋଜ କର୍ଣ୍ଣ, ଯୁବ ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଫୁଳବାଣୀ ବିଧାୟକ ଅଙ୍ଗଦ କହଁର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ନଗରପାଳ ରାଜେନ୍ଦ୍ର କହଁର ଓ ଜିଲା ଯୁବ ବିଜେଡ଼ି ସଭାପତି ବିଷ୍ଣୁ ଚରଣ ମଲିକଙ୍କୁ କୃତଜ୍ଞତା ଜଣାଯାଇଛି। ତାଙ୍କ ଉପରେ ଆସ୍ଥା ରଖି ଏହି ନିଯୁକ୍ତି ଦିଆଯାଇଥିବା ଯୋଗୁଁ ସେ ନିଶ୍ଚିତ ଭାବେ ସହରରେ ଯୁବ ସଂଗଠନକୁ ସୁଦୃଢ କରିବେ ବୋଲି ମଧ୍ୟ ମତ ପ୍ରକାଶ କରିଛନ୍ତି। ନୂତନ ନିଯୁକ୍ତି ପରେ ପାର୍ଥଙ୍କୁ ବିଭିନ୍ନ ମହଲରେ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories