www.samajalive.in
Saturday, December 6, 2025
16.1 C
Bhubaneswar

ଶୁଆ କହିଲା ମାଲିକ କିଏ ?

ମଧ୍ୟପ୍ରଦେଶର ମନ୍ଦସୌର ଜିଲା ସୀତାମଊ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଶୁଆ କାରଣରୁ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି କଳହ ଏତେ ବଢିଗଲା ଗଲା ଯେ ମାରପିଟ ଓ ଥାନା ଯାଏଁ ଘଟଣା ଯାଇଛି।ପୁଲିସଙ୍କ ନିକଟରେ ଘଟଣାଟି କିପରି ଫଇସଲା ହେଲା ଜାଣନ୍ତୁ…
ଜଣେ ବ୍ୟକ୍ତିଙ୍କର ପୋଷା ଶୁଆ ପିଞ୍ଜରାରୁ ଖସି ପଳାଇଥିଲା। ଶୁଆ ପଳାଇଯିବା ପରେ ବ୍ୟକ୍ତି ଜଣଙ୍କ ଶୁଆକୁ ଖୋଜିବାକୁ ଆରମ୍ଭ କରିଥିଲେଓ ଜାଣିବାକୁ ପାଇଥିଲେ ସେହି ଗ୍ରାମର ଅନ୍ୟ ଏକ ବ୍ୟକ୍ତିଙ୍କ ପାଖରେ ତାଙ୍କ ଶୁଆ ଅଛି।
ବ୍ୟକ୍ତି ଜଣଙ୍କ ନିଜ ଶୁଆ ନେବା ପାଇଁ ଉକ୍ତ ବ୍ୟକ୍ତିଙ୍କ ଘରେ ପହଂଚିଥିଲେ।ମାତ୍ର ସେହି ବ୍ୟକ୍ତି ଜଣଙ୍କ ତାଙ୍କ ଶୁଆ ଦେବାକୁ ମନା କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟ ଖୁବ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଘଟଣାଟି ଥାନା ପର୍ଯ୍ୟନ୍ତ ପହଂଚିଥିଲା।
ବ୍ୟକ୍ତି ଜଣଙ୍କ କହିଥିଲେ, ଶୁଆଟି ତାଙ୍କ ଛାତ ଉପରେ ଆସି ବସିବା କାରଣରୁ ସେ ତାଙ୍କୁ ନେଇ ନିଜ ଘରେ ନେଇ ରଖିଥିଲେ। ତେଣୁ ଶୁଆ କାହାର ସେ ଜାଣି ନାହାନ୍ତି। କାହା ପାଖରେ ଏହାର ପ୍ରମାଣ ମଧ୍ୟ ନାହିଁ।
ପୁଲିସ ଅଧିକାରୀ ଥାନାରେ ଶୁଆକୁ ହାଜର କରିବାକୁ କହିଲେ। ଶୁଆଟି ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ନିଜର ଅସଲି ମାଲିକ ନିକଟକୁ ପଳାଇଥିଲା। ଘଟଣାଟି ସୁରୁଖୁରୁରେ ଶେଷ ହୋଇଯାଇଥିଲା।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories