www.samajalive.in
Saturday, December 6, 2025
19.1 C
Bhubaneswar

ଘରେ ଶୁଆ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ

ହିନ୍ଦୁ ଧର୍ମରେ ବିଭିନ୍ନ ପଶୁପକ୍ଷୀ ବହୁ ଦେବୀଦେବତାଙ୍କ ସହ ଜଡ଼ିତ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ପଶୁପକ୍ଷୀଙ୍କର ବିଶେଷ ମହତ୍ୱ ବର୍ଣ୍ଣନା କରାଯାଇଛି। ପଶୁପକ୍ଷୀଙ୍କ ମଧ୍ୟରେ ଅନିଷ୍ଟ ଦୂର କରିବାର କ୍ଷମତା ରହିଛି ବୋଲି ମାନ୍ୟତା ରହିଛି। ଗୋ ମାତାଙ୍କ ଠାରେ ବହୁ ଦେବାଦେବୀ ବାସ କରନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ ଗୋ ମାତାଙ୍କ ସେବା କରି ତାଙ୍କୁ ପବିତ୍ର ବୋଲି କହିଛନ୍ତି। ଜାଣନ୍ତୁ ପଶୁପକ୍ଷୀଙ୍କ ସେବା କରିବା ଦ୍ୱାରା କେଉଁ ସମସ୍ୟା ଦୂର ହୋଇଥାଏ…….
ଗୋ ସେବା କରିବା ଦ୍ୱାରା ଜୀବନରେ ବହୁ ସୁଖ ପ୍ରାପ୍ତି ହୋଇଥାଏ। ଏଥିରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ପ୍ରତ୍ୟେକ ଦିନ ଗାଈଙ୍କୁ ରୁଟି ଖୁଆଇବା ଉଚିତ।
ଘରେ ଶୁଆ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ଏପରି ମଧ୍ୟ କୁହାଯାଏ ଯେଉଁ ଭୂମିରେ ଘର ତିଆରି କରାଯାଏ, ସେଠାରେ ପୂର୍ବରୁ ଗୋମାତାଙ୍କୁ ଓ ବାଛୁରୀକୁ ରହିଲେ ସେହି ସ୍ଥାନ ପବିତ୍ର ହୋଇଯାଏ।
କୁକୁରକୁ ପ୍ରତିଦିନ ଖାଇବାକୁ ଦେବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।
କାଉଙ୍କୁ ଖାଇବାକୁ ଦେବା ଦ୍ୱାରା ବହୁ ଅନିଷ୍ଟ ଦୂର ହୋଇଥାଏ।
ମାଛ ଅର୍ଥାତ ଘରେ ଆକ୍ୱାରିୟମ ରଖିବା ଦ୍ୱାରା ମଧ୍ୟ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଘରେ ପିତଳରେ ନିର୍ମିତ ବେଙ୍ଗ ରଖିବା ଦ୍ୱାରା ରୋଗରୁ ରକ୍ଷା ମିଳିଥାଏ।
ଠେକୁଆ ରଖିବା ଦ୍ୱାରା ଘରେ ଥିବା ପିଲାଙ୍କ ପାଇଁ ଏହା ଶୁଭଙ୍କର।
ଗୃହରେ ତମ୍ବାରେ ନିର୍ମିତ କଇଁଛ ରଖିବା ଦ୍ୱାରା ବୈଭବ ପ୍ରାପ୍ତି ହୋଇଥାଏ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories