www.samajalive.in
Saturday, December 6, 2025
26.1 C
Bhubaneswar

ଆମେରିକାର ଇନ୍ଧନ ପାଇପଲାଇନ ଉପରେ ବଡ଼ ଧରଣର ସାଇବର ଆକ୍ରମଣ, ଜରୁରୀ ପରିସ୍ଥିତି ଘୋଷଣା

ୱାଶିଂଟନ: ଆମେରିକାରେ ଏକ ବଡ଼ ଧରଣର ସାଇବର ଆକ୍ରମଣ ହୋଇଛି। ହ୍ୟାକର୍‌ମାନେ ଦେଶର ସବୁଠୁ ବଡ଼ ଇନ୍ଧନ ପାଇପଲାଇନ୍‌ ଉପରେ ଏହି ଆକ୍ରମଣ କରିଛନ୍ତି। କରୋନା ଯୋଗୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। କାରଣ ଏବେ ସବୁ ଇଞ୍ଜିନିୟର ଘରେ ରହି କାମ କରୁଥିବାରୁ ହ୍ୟାକର୍ସଙ୍କୁ ଏହି ସାଇବର ଆକ୍ରମଣ କରିବାରେ ସହଜ ହୋଇଛି। ଅନ୍ୟପଟେ ଏହା ଆମେରିକାରେ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ସାଇବର ଆକ୍ରମଣ ହୋଇଥିବାବେଳେ ଘଟଣା ପରେ ସରକାରଙ୍କ ପକ୍ଷରୁ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ସାଇବର ଆକ୍ରମଣକାରୀଙ୍କ କବ୍‌ଜାରେ ପ୍ରାୟ ୧୦୦ ଜିବି ତଥ୍ୟ ରହିଛି।

ସୂଚନା ଅନୁସାରେ, ସାଇବର ଆକ୍ରମଣର ଶିକାର ହୋଇଥିବା କଲୋନିଆନ ପାଇପଲାଇନ ଜରିଆରେ ପ୍ରତିଦିନ ୨୫ ଲକ୍ଷ ବ୍ୟାରେଲ ତୈଳ ଯାଇଥାଏ। ଆମେରିକାର ପୂର୍ବତଟ ରାଜ୍ୟଗୁଡ଼ିକୁ ଏହି ପାଇପଲାଇନ ଜରିଆରେ ୪୫ ପ୍ରତିଶତ ଡିଜେଲ, ଗ୍ୟାସ ଏବଂ ବିମାନ ଇନ୍ଧନ ଯୋଗାଣ ହୋଇଥାଏ। ସାଇବର ଆକ୍ରମଣ ପରେ ଏହି ପାଇପଲାଇନକୁ ମରାମତି କରାଯାଉଛି। ଜରୁରୀ ପରିସ୍ଥିତି ଘୋଷଣା ପରେ ସଡ଼କ ମାର୍ଗରେ ଇନ୍ଧନ ଯୋଗାଣ ହେଉଛି। ଅନ୍ୟପଟେ ହ୍ୟାକରମାନେ କିଛି କମ୍ପ୍ୟୁଟର ଏବଂ ସର୍ଭର ଡାଟାକୁ ଲକ୍‌ କରିଦେଇଛନ୍ତି। ଏହା ବଦଳରେ ସେମାନେ ସରକାରଙ୍କୁ ବଟି ମାଗୁଥିବା ଜଣାପଡ଼ିଛି।

- Advertisement -

ଅନ୍ୟପଟେ ଏହି ସାଇବର ଆକ୍ରମଣ ଯୋଗୁ ଇନ୍ଧନ ମୂଲ୍ୟ ୨ରୁ ୩% ବୃଦ୍ଧି ପାଇବା ସମ୍ଭାବନା ରହିଛି। ଯଦି ପାଇପଲାଇନ ମରାମତି ଶୀଘ୍ର ଶେଷ ନ ହୁଏ, ତେବେ ଏହାର ପ୍ରଭାବ ଆହୁରି ବ୍ୟାପକ ହେବାର ଆଶଙ୍କା ରହିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories