ନୂଆଦିଲ୍ଲୀ : ନୂଆ ସରକାରଙ୍କ ବଜେଟ ଅଧିବେଶନ ଜୁନ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଜୁନ ୧୯ ତାରିଖରେ ଲୋକସଭା ବାଚସ୍ପତିଙ୍କ ଚୟନ କରାଯିବ। ଲୋକସଭାର ପ୍ରଥମ ଅଧିବେଶନ ଏକ ମାସ ୯ଦିନ ପର୍ଯ୍ୟନ୍ତ ଚାଲିବାନେଇ ସୂଚନାମିଳିଛି। ସେହିପରି ସରକାର ବର୍ତ୍ତମାନ ସୁଦ୍ଧା କାମଚଳା ବାଚସ୍ପତିଙ୍କ ନାମ ଚୟନ କରିବାକୁ ପଡିବ। ଯାହା ମୋଦୀ ସରକାର ବର୍ତ୍ତମାନ ସୁଦ୍ଧା ଚୟନ କରିନାହାନ୍ତି। କାମଚଳା ବାଚସ୍ପତି ପାଇଁ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ମେନକା ଗାନ୍ଧୀଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନାଯୋଗ୍ୟ ଯେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୭ ଜଣ ମନ୍ତ୍ରୀଙ୍କ ସହ ଶପଥପାଠ କରିଥିଲେ। ଶୁକ୍ରବାର ସମସ୍ତ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯାଇଥିଲା।
ଜୁନ ୧୭ରୁ ନୂଆ ସରକାରଙ୍କ ବଜେଟ ଅଧିବେଶନ
Popular Categories



