www.samajalive.in
Friday, December 12, 2025
14.1 C
Bhubaneswar

ଲକ୍ଷ୍ମୀପୁର ଖେରି ଘଟଣା ନେଇ ସଂସଦ ଅଚଳ, ଦିନତମାମ ମୁଲତବୀ

ବିରୋଧୀ ଦଳ ସଦସ୍ୟମାନଙ୍କ ଦ୍ୱାରା ଲକ୍ଷ୍ମୀପୁର ଖେରି ଘଟଣା ନେଇ ଏଇ ସଂସଦର ଉଭୟ ଗୃହରେ ବିରୋଧ ଯୋଗୁ ଆଜି ଦିନତମାମ ମୁଲତବୀ ରହିଛି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ କ୍ରମାନ୍ୱୟରେ ତିନିଦିନ ଧରି ଲୋକସଭାର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଛି। ଆଜି ରାଜ୍ୟସଭାରେ ବିରୋଧ ଯୋଗୁ ଅଧ୍ୟକ୍ଷ ସଭାକୁ ମୁଲତବୀ ରଖିଥିଲେ। ଅପରାହ୍ଣ ୨ଟା ପରେ ଲୋକସଭାର କାର୍ଯ୍ୟଧାରା ପୁନର୍ବାର ଆରମ୍ଭ ହେବା ସମୟରେ ବିରୋଧୀ ଦଳ ସଦସ୍ୟମାନେ ବାଚସ୍ପତିଙ୍କ ଆସନ ନିକଟକୁ ଚାଲିଯାଇ ଲକ୍ଷ୍ମୀପୁର ଖିରି ଘଟଣା ଉପରେ ସେମାନଙ୍କର ଦାବି ଉତ୍ଥାପନ କରିଥିଲେ। ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବାକୁ ସେମାନେ ଦାବି କରିଥିଲେ। ବାଚସ୍ପତି ବିରୋଧୀ ଦଳ ସଦସ୍ୟମାନଙ୍କୁ ସଭା କାର୍ଯ୍ୟ ଚାଲିବାକୁ ଦେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସ୍ଲୋଗାନ୍‍ ଦେବା ଜାରି ରହିବାରୁ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା।

ତେବେ ପାଟିତୁଣ୍ଡ ଭିତରେ ଲୋକସଭାରେ ନ୍ୟାସନାଲ୍‍ ଆଣ୍ଟି ଡୋପିଙ୍ଗ୍‍ ବିଲ୍‍ ୨୦୨୧, ବନ୍ୟ ଜନ୍ତୁ ସଂରକ୍ଷଣ ସଂଶୋଧନ ବିଲ୍‍ ୨୦୨୧ ଓ ଆପ୍ରୋପିଏସନ୍‍ ବିଲ୍‍ ୨୦୨୧ ଉପସ୍ଥାପନ ହୋଇଥିଲା। ଏହାଛଡ଼ା ସରୋଗେସି ବିଲ୍‍ ୨୦୧୯ରେ ସଂଶୋଧନ ସଭାର ଅନୁମୋଦନ ଲାଭ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories