www.samajalive.in
Monday, December 8, 2025
13.1 C
Bhubaneswar

ଆଜିଠାରୁ ପ୍ୟାରିସ୍ ଅଲିମ୍ପିକ୍ସ

ପ୍ୟାରିସ୍: ଶୁକ୍ରବାରଠାରୁ ଆରମ୍ଭ ହେଉଛି ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ। ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଏହା ୩୩ତମ ସଂସ୍କରଣ। ୧୯୦୦ରେ ପ୍ୟାରିସରେ ଅଲିମ୍ପିକ୍ସର ୨ୟ ସଂସ୍କରଣ ଅନୁଷ୍ଠିତ ହୋଇଥିବା ବେଳେ ୧୯୨୪ରେ ୨ୟ ଥର ପ୍ୟାରିସ୍ ସହରରେ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇଥିଲା। ଏହାର ଶହେ ବର୍ଷ ପରେ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରୁଛି। ଏଥିରେ ୧୭ ଦିନ ଧରି ୨୦୬ ଦେଶରୁ ପ୍ରାୟ ୧୦,୭୦୦ କ୍ରୀଡ଼ାବିତ୍ ୩୨ଟି କ୍ରୀଡ଼ାରେ ମୋଟ ୩୨୯ଟି ପଦକ ପାଇଁ ପ୍ରତିଯୋଗିତାରେ ମାତିବେ। ମୋଟ ୩୪ଟି କ୍ରୀଡ଼ାଙ୍ଗନରେ ପ୍ରତିଯୋଗିତା ହେବ।

ଉଦ୍ଘାଟନ ଉତ୍ସବ

- Advertisement -

ଶୁକ୍ରବାର ସନ୍ଧ୍ୟାରେ (ଭାରତୀୟ ସମୟ ରାତି ୧୧.୩୦ରୁ) ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଥର ଷ୍ଟାଡିୟମ୍ ବାହାରେ ଉଦ୍ଘାଟନ ଉତ୍ସବ ହେବାକୁ ଯାଉଛି। ପ୍ୟାରିସ୍ ସହର ମଧ୍ୟରେ ଥିବା ସିଏନ୍ ନଦୀରେ ୮୦ରୁ ୧୦୦ ନୌକା ଉପେର କ୍ରୀଡ଼ାବି୍ଙ୍କ ମାର୍ଚ୍ଚପାଷ୍ଟ ହେବ। ଏହି ନୌକାସବୁ ସିଏନ୍ ନଦୀ ଜଳରେ ପ୍ରାୟ ୬ କିଲୋମିଟର ଯାତ୍ରାକରିବେ। ନଦୀର ଉଭୟ ପାର୍ଶ୍ବରେ ହଜାର ହଜାର ଦର୍ଶକ କ୍ରୀଡ଼ାବିତ୍ଙ୍କୁ ସ୍ବାଗତ କରିବେ। ଇଫେଲ୍ ଟାୱର ନିକଟରେ ଏହା ସମ୍ପନ୍ନ ହେବ। ଏଠାରେ ଚମ୍ପିଆନ୍ ପାର୍କରେ ଉଦ୍ଘାଟନୀ ଉତ୍ସବର ଅନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହିଠାରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଅଲିମ୍ପିକ୍ର ଶୁଭାରମ୍ଭ ଘୋଷଣା କରିବେ। ଉଦ୍ଘାଟନୀ ଉତ୍ସବରେ ୩୦୦୦ରୁ ଅଧିକ କଳାକାର ନୃତ୍ୟ ଓ ସଂଗୀତ ପରିବେଷଣ କରିବେ। ଉଦ୍ଘାଟନୀ ଉତ୍ସବରେ ଟିଟି ଖେଳାଳି ଏ. ଶରତ କମଲ ଓ ବ୍ୟାଡ୍ମିଣ୍ଟନ ତାରକା ପି.ଭି. ସିନ୍ଧୁ ଭାରତୀୟ ଧ୍ବଜା ବହନ କରିବେ। ଅଗଷ୍ଟ ୧୧ରେ ଅଲିମ୍ପିକ୍ସ ଉଦ୍ୟାପନ ହେବ। ଏହା ଷ୍ଟାଡ୍ ଡି ଫ୍ରାନ୍ସରେ ଅନୁଷ୍ଠିତ ହେବ।

ଭାରତର ସମ୍ଭାବନା

ଭାରତ ଏଥର ୧୧୭ ଜଣିଆ କ୍ରୀଡ଼ାବିତ୍ ପ୍ୟାରିସ୍ ପଠାଉଛି। ଏହି ତାଲିକାରେ ସର୍ବାଧିକ ୨୯ ଜଣ ଦୌଡ଼କୁଦରୁ ଅଛନ୍ତି। ୨ୟ ସର୍ବାଧିକ ୨୧ ଜଣ କ୍ରୀଡ଼ାବିତ୍ ସୁଟିଂ ବା ବନ୍ଧୁକ ଚାଳନାରେ ଅଛନ୍ତି। ପୁରୁଷ ହକି ଦଳରେ ୧୯ ଜଣ ସଦସ୍ୟ ରହିଛନ୍ତି। ଭାରତୀୟ ଦଳରେ ୮ ଜଣ ଟେବୁଲ ଟେନିସ୍ ଖେଳାଳି ଅଛନ୍ତି। ୨ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ପି.ଭି. ସିନ୍ଧୁଙ୍କ ସହ ବ୍ୟାଡ୍ମିଣ୍ଟନରେ ୭ ଜଣ ଖେଳାଳି ରହିଛନ୍ତି। କୁସ୍ତି, ତୀରନ୍ଦାଜୀ ଓ ବକ୍ସିଂ ଦଳରେ ୬ ଜଣ ଲେଖାଏଁ କ୍ରୀଡ଼ାବିତ୍ ଅଛନ୍ତି। ଟୋକିଓ ଅଲିମ୍ପିକ୍ରେ ଭାରତ ୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୪ କାଂସ୍ୟ ସହ ୭ଟି ପଦକ ପାଇ ୪୮ତମ ସ୍ଥାନରେ ଥିଲା। ପ୍ରଥମଥର ଭାରତ ଦୁଇ ଅଙ୍କ ବିଶିଷ୍ଟ ପଦକ ସଂଖ୍ୟା ଛୁଇଁବାର ଲକ୍ଷ୍ୟ ରଖିଛି। ଅଦ୍ୟାବଧି ଭାରତ ଅଲିମ୍ପିକ୍ସରେ ୩୫ଟି ପଦକ ଜିତିଛି। ହକିରୁ ଭାରତକୁ ସର୍ବାଧିକ ୧୨ଟି ପଦକ ମିଳିଥିବା ବେଳେ ଅଭିନବ ବିନ୍ଦ୍ରା ଓ ନୀରଜ ଚୋପ୍ରା ବ୍ୟକ୍ତିଗତ ସ୍ବର୍ଣ୍ଣପଦକ ଜିତିଛନ୍ତି। ଏଥର ଜାଭେଲିନ୍ରେ ନୀରଜ ଚୋପ୍ରା, ମହିଳା ମୁଷ୍ଟିଯୁଦ୍ଧରେ ନିଖତ ଜରିନ୍ ଓ ଲଭଲିନା ବର୍ଗୋହାଇଁ, ବ୍ୟାଡ୍ମିଣ୍ଟନରେ ପି.ଭି ସିନ୍ଧୁ, ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟି, ଭାରୋତ୍ତୋଳନରେ ମୀରାବାଇ ଚାନୁ, ପୁରୁଷ ହକି ଦଳ, ମହିଳା କୁସ୍ତିରେ ଅନ୍ତିମ ପାଙ୍ଘଲ, ଟେନିସରେ ରୋହଣ ବୋପନ୍ନା-ଏନ୍. ଶ୍ରୀରାମ ବାଲାଜି, ମହିଳା ସୁଟିଂରେ ସିଫ୍ଟ କୌର ସାମ୍ରାଙ୍କଠାରୁ ଭାରତ ପଦକର ଆଶା ରଖିଛି। ଓଡ଼ିଶାରୁ ୨ ଜଣ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି। ପୁରୁଷ ହକିରେ ଡିଫେଣ୍ଡର ଅମିତ ରୋହିଦାସ ଓ ଜାଭେଲିନ୍ରେ କିଶୋର ଜେନା ରାଜ୍ୟର ଟେକ ରଖିବାର ପ୍ରୟାସ କରିବେ।

ତାଲିକା ଶୀର୍ଷରେ କିଏ

ସମସ୍ତ କ୍ରୀଡ଼ାବିତ୍ ସାରା ଦେଶର ଆଶାର ଭାର ନିଜ କାନ୍ଧରେ ବହନ କରିବେ। କେବଳ ନିଜ ଦେଶ ନୁହେଁଟ୍ଟ ସାରା ବିଶ୍ବର ନଜର ତାଙ୍କ ଉପରେ ରହିବ। ଗତ କିଛି ସଂସ୍କରଣ ପରି ଆମେରିକା ପୁଣି ଥରେ ପଦକ ତାଲିକା ଶୀର୍ଷରେ ରହିପାରେ। ଏହା ଶତାଧିକ ପଦକ ଜିତିବା ନିଶ୍ଚିତ। ୨ୟ ସ୍ଥାନରେ ଏସୀୟ ଦଳ ଚୀନ୍ ରହିପାରେ। ଏହି ଦୁଇ ଦେଶ ପଛକୁ ବ୍ରିଟେନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଜାପାନ, ଇଟାଲୀ, ଜର୍ମାନୀ, ନେଦରଲାଣ୍ଡ୍ସ, ଦକ୍ଷିଣ କୋରିଆ ଓ କାନାଡା ରହିପାରନ୍ତି। ଟୋକିଓରେ ୩୯ ସ୍ବର୍ଣ୍ଣ ସହ ଆମେରିକା ଶୀର୍ଷେର ଥିବା ବେଳେ ଏହା ପଛକୁ ଦୁଇ ଏସୀୟ ଦେଶ ଚୀନ୍ ଓ ଜାପାନ ରହିଥିଲେ।

ଚକୋଲେଟ୍‌ରୁ ବାହାରିଲା ନକଲି ଦାନ୍ତ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories