www.samajalive.in
Sunday, December 7, 2025
23.1 C
Bhubaneswar

‘ଇଂଲଣ୍ଡ ଭଳି ଟିକସ, ସୋମାଲିଆ ଭଳି ସେବା’

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଥିବା ବଜେଟ୍ ୨୦୨୪-୨୫ ଉପରେ   ସଂସଦରେ ଆଲୋଚନା ଜାରି ରହିଛି। ଗୁରୁବାର ଦ୍ବିତୀୟ ଦିନ ଆଲୋଚନାବେଳେ ବିରୋଧୀ ଦଳଗୁଡିକ ବଜେଟର ବିଭିନ୍ନ ଦିଗକୁ ସମାଲୋଚନା କରିବା ସହିତ ଏହାକୁ  ବିରୋଧୀଙ୍କ ନିର୍ବାଚନ ଇସ୍ତାହାରର ନକଲ ବୋଲି କହିଥିଲେ। ବିରୋଧୀମାନେ ବଜେଟ୍‌କୁ ଗରିବ, ଆଦିବାସୀ, ମହିଳା ବିରୋଧୀ କହିବା ସହିତ ଏହା ଲୋକଙ୍କ ଉପରେ ଟିକସ ବୋଝ ବଢାଇବ ବୋଲି କହିଥିଲେ। ମାତ୍ର ଶାସକ ଦଳ ବଜେଟ୍‌କୁ ସମର୍ଥନ କରିଥିଲେ। ଏନଡିଏ ସଦସ୍ୟମାନେ କହିଛନ୍ତି ​‌କେନ୍ଦ୍ର ବଜେଟ୍ ଐତିହାସିକ ଓ ଏହା ଦୂରଦୃଷ୍ଟିସମ୍ପନ୍ନ ବଜେଟ୍। ବଜେଟ୍ ଆଲୋଚନା ବେଳେ ବିରୋଧ ଦଳଗୁଡିକ ଉଭୟ ଗୃହରେ ହୋହଲ୍ଲା କରିବାରୁ ଗୃହକୁ ବାରମ୍ବାର ମୂଲତବୀ ରଖାଯାଇଥିଲା।

ଲୋକସଭାରେ ତୃଣମୂଳ କଂଗ୍ରେସ ସଦସ୍ୟ ଶତ୍ରୁଘ୍ନ ସିହ୍ନା କହିଥିଲେ ସେ ସାଧାରଣତଃ ସରକାର ଚଳାଇବା ଲାଗି ବଜେଟ୍ ପ୍ରସ୍ତୁତ କରାଯାଇଥାଏ। ମାତ୍ର ବର୍ତ୍ତମାନର ସରକାର ଯେଉଁ ବଜେଟ୍ ପ୍ରସ୍ତୁତ କରିଛନ୍ତି ତାହା ସରକାରକୁ ବଞ୍ଚାଇବା ଲାଗି ଉଦ୍ଦିଷ୍ଟ। ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ସରକାର ବଜେଟ୍‌ରେ ଯାହା ଘୋଷଣା କରିଛନ୍ତି ତାହା ମଧ୍ୟ ଯଥେଷ୍ଟ ନୁହେଁ। ଏହି ଦୁଇ ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ଦେବା ପରିବର୍ତ୍ତେ ସରକାର ଅଳ୍ପ କିଛି ଟଙ୍କା ଘୋଷଣା କରିଛନ୍ତି। ସମାଜବାଦୀ ପାର୍ଟି ସଦସ୍ୟ ଡିମ୍ପଲ ଯାଦବ କହିଥିଲେ ଯେ ରାଜନୀତି ଓ ବଜେଟ୍‌ ଅଲଗା ନୁହେଁ। ଏହି ଦୁଇଟି ପରସ୍ପର ସହ ଜଡିତ। ବଜେଟ୍‌ରେ ଯଦି ରାଜନୀତି କରାଯାଇ ନଥାନ୍ତା ତେବେ ବିହାର ଓ ଆନ୍ଧ୍ରପ୍ରଦେଶ ସ୍ବତନ୍ତ୍ର ପ୍ୟାକେଜ୍‌ ପାଇ ନଥାନ୍ତେ। ସେ କହିଛନ୍ତି ଯେ ଉତ୍ତରପ୍ରଦେଶ ପାଇଁ ମଧ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ଦରକାର। କାରଣ ଉତ୍ତରପ୍ରଦେଶବାସୀ ମଧ୍ୟ ବିଜେପିକୁ ଭୋଟ୍ ଦେଇ କ୍ଷମତାସୀନ କରାଇଛନ୍ତି। ରାଜ୍ୟସଭାରେ ଆପ୍ ସାଂସଦ ରାଘବ ଚଢା କହିଥିଲେ ଯେ ଦେଶବାସୀ ବିଭିନ୍ନ ପ୍ରକାର ଟିକସ ଦେଉଥିବାବେଳେ ଉନ୍ନତମାନର ସେବା ପାଉ ନାହାନ୍ତି। ଭାରତୀୟମାନେ ଇଂଲଣ୍ଡର ଲୋକଙ୍କ ଭଳି ଟିକସ ଦେଉଥିବାବେଳେ ସେମାଲିଆ ଭଳି ସେବା ପାଉଛନ୍ତି। ନିଜ ଦେଶବାସୀଙ୍କୁ ଉଚ୍ଚମାନର ସେବା ଯୋଗାଇ ଦେବାରେ ଇଂଲଣ୍ଡ ସରକାର ଆଗରେ ଥିବାବେଳେ ସୋମାଲିଆରେ ନାଗରିକଙ୍କ ଜୀବନଧାରଣ ଅତି ନିମ୍ନ।  ରାଜ୍ୟସଭାରେ କଂଗ୍ରେସ ସଦସ୍ୟ ରାଜୀବ ଶୁକ୍ଳା ବଜେଟ୍ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସରକାର କୌଣସି ରାଜ୍ୟକୁ କିଛି ଦେଇ ନାହାନ୍ତି। ସରକାର ବିହାର ଓ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ପ୍ୟାକେଜ୍ ଦେଇଥିବା କୁହାଯାଉଛି। ମାତ୍ର ଏହି ପ୍ୟାକେଜ୍ କିଛି ନୁହେଁ। ବିହାରକୁ ଏକ ପାୱାର ପ୍ଲାଣ୍ଟ ଓ ଏକ ରାସ୍ତା ଦିଆଯାଇଛି। ସରକାର ବଜେଟ୍‌ରେ ମୁଦ୍ରାସ୍ଫୀତି, ବେରୋଜଗାର ସମସ୍ୟାର ସମାଧାନ ଲାଗି କିଛି କରି ନାହାନ୍ତି। ରାଜ୍ୟସଭାରେ କଂଗ୍ରେସ ସଦସ୍ୟ ଅଖିଳେଶ ପ୍ରସାଦ ସିଂହ କହିଥିଲେ ଯେ ବିହାରବାସୀ ଡବଲ ଇଞ୍ଜିନ ସରକାରର କାର‌୍ୟ୍ୟ ସମ୍ପର୍କରେ ବେଶ୍‌ ଅବଗତ। ଗତ ୬ମାସ ମଧ୍ୟରେ ରାଜ୍ୟରେ ଅନେକ ସେତୁ ଧୋଇଗଲାଣି। ଲୋକେ ସେତୁ ଅତିକ୍ରମ କରିବା ସମୟରେ ଭଗବାନଙ୍କୁ ଡାକିଡାକି ଅତିକ୍ରମ କରୁଛନ୍ତି। ଆଲୋଚନା ସମୟରେ କଂଗ୍ରେସ ସଦସ୍ୟ ଗୌରବ ଗୋଗଇ କହିଥିଲେ ଯେ ବିରୋଧୀ ଦଳ ଦେଶର ସମସ୍ୟାକୁ ଆଲୋଚନା ପାଇଁ ଦାବି କରୁଥିବାବେଳେ ସରକାର ଏହାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି। ଦେଶର   ସ୍ବରକୁ ଚପାଇଦେବା ଶାସକ ଦଳର ଏକ ଅଭ୍ୟାସରେ ପରିଣତ ହୋଇଛି।  ଟିଏମସି ସଦସ୍ୟ ସୁଦୀପ ବନ୍ଦୋପଧ୍ୟାୟ କହିଥିଲେ ଯେ ପଶ୍ଚିମବଙ୍ଗକୁ ବିଭାଜନ କରିବା ଲାଗି ସରକାର ଯୋଜନା କରୁଛନ୍ତି। ମାତ୍ର ଏହାକୁ କେବେହେଲେ ସଫଳ ହେବାକୁ ଦିଆଯିବ ନାହିଁ। ପଶ୍ଚିମବଙ୍ଗକୁ ବିଭାଜନ କରି ନର୍ଥ ବେଙ୍ଗଲ ନାମରେ ନୂଆ ରାଜ୍ୟ ଗଠନ ଲାଗି  ବିଜେପି ସଦସ୍ୟ ସୁକାନ୍ତ ମଜୁମଦାର ଦାବି କରିଥିବାବେଳେ ବନ୍ଦୋପାଧ୍ୟାୟ ଏହାର ବିରୋଧ କରିଥିଲେ। ବନ୍ଦୋପାଧ୍ୟାୟ କହିଥିଲେ ଯେ ବିଜେପି ଯଦି ରାଜ୍ୟ ବିଭାଜନ କଥା କହିବ ତେବେ ଏହା ସିପିଆଇ(ଏମ୍) ଓ କଂଗ୍ରେସ ଭଳି ଶୂନକୁ ଖସିଆସିବେ।

- Advertisement -

ଶାସକ ଦଳ କହିଛି କେନ୍ଦ୍ର ବଜେଟ୍‌ ସମାଜର ପ୍ରତ୍ୟେକ ବର୍ଗ ଲୋକଙ୍କ ସ୍ବାର୍ଥ ସାଧନ ଦିଗରେ ସଫଳ ହେବ। ବିଜେପି ସଦସ୍ୟ ରାଜ କୁମାର ଚହର କହିଥିଲେ ଯେ ସରକାର ବଜେଟ ସମ୍ପର୍କରେ ବିରୋଧୀଙ୍କ ଭାଷଣ ଶୁଣିବାକୁ ଚାହୁଁନାହାନ୍ତି। ବିଜେପିର ଅନ୍ୟତମ ସଦସ୍ୟ ସିଏମ ରମେଶ କହିଥିଲେ ଯେ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯିବା ଯଥାର୍ଥ। କାରଣ ୱାଇଏସଆରସିପି ସରକାରର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଆନ୍ଧ୍ରପ୍ରଦେଶ ଏବେ ଘୋର ଆର୍ଥିକ ସଂକଟରେ ପଡିଛି। ରାଜ୍ୟର ଆର୍ଥିକ ସଂକଟ ଦୂର କରିବା ଲାଗି ଏହାକୁ ସ୍ବତନ୍ତ୍ର ଅର୍ଥ ବରାଦ କରାଯାଇଛି। ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍ ଉପସ୍ଥାପନ କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories