www.samajalive.in
Saturday, December 6, 2025
16.1 C
Bhubaneswar

ତାଲାବନ୍ଦ ପୂର୍ବରୁ ଫ୍ରାନ୍ସରେ ୭୦୦କିମି ଟ୍ରାଫିକ୍‌ ଜାମ୍‌

ପ୍ୟାରିସ୍‌: କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଫ୍ରାନ୍ସ ସରକାର ପୁନର୍ବାର ତାଲାବନ୍ଦ ଘୋଷଣା କରିଛନ୍ତି। ଏହି ଦ୍ବିତୀୟ ପର୍ଯ୍ୟାୟ ତାଲାବନ୍ଦ ଡିସେମ୍ବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଦେଶର ୬୭ନିୟୁତ ଜନତାଙ୍କୁ ସେ ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ଏହା କାର୍ଯ୍ୟକାରୀ ହେବାର ଅବ୍ୟବହିତ ପୂର୍ବରୁ ଗୁରୁବାର ଜନସାଧାରଣ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ କରିବା ପାଇଁ ଏତେ ସଂଖ୍ୟାରେ ବାହାରି ଆସିଥିଲେ ଯେ ସେମାନଙ୍କ ଯୋଗୁଁ ଦୀର୍ଘ ୭୦୦କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଭୟଙ୍କର ଭାବେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ବଜାରରେ ଅସମ୍ଭବ ଭିଡ଼ ଲକ୍ଷ୍ୟ କରାଯାଇଥିଲା। ଏହାକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହୋଇଥିଲେ ମଧ୍ୟ କୌଣସି ଅଘଟଣା ଘଟି ନ ଥିବା ସୂଚନା ମିଳିଛି। ୟୁରୋପରେ ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଫ୍ରାନ୍ସରେ ଦୈନିକ ହାରାହାରି ୫୦ହଜାର ସଂକ୍ରମିତ ହେଉଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories