ପାରାଦ୍ଵୀପ ବନ୍ଦରର ଏକ ଜାହାଜରୁ ୧୪ କରୋନା ପଜିଟିଭ ଚିହ୍ନଟ

ପାରାଦ୍ଵୀପ: ପାରାଦ୍ଵୀପ ବନ୍ଦରର ଏକ ଜାହାଜରୁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତୁତକରିନ୍ ବନ୍ଦରରୁ କୋଇଲା ଆଣି ପାରାଦ୍ଵୀପ ବନ୍ଦରକୁ ଆସିଥିବା ଏମଭି-ଏପି କାଏସ୍ ନାମକ ଏକ ଜାହାଜର ୧୪ ଜଣ ସଦସ୍ୟଙ୍କୁ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ସେହି ଜାହାଜରେ ୨୪ ଜଣ ସଦସ୍ୟ ଆସିଥିବା ବେଳେ ୧୪ ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା। ତୁତକରିନ୍ ବନ୍ଦର ପକ୍ଷରୁ ୧୪ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତୁତକରିନ୍ ବନ୍ଦର ପକ୍ଷରୁ ପାରାଦ୍ଵୀପ ବନ୍ଦରକୁ ସୂଚନା ଦିଆଯାଇଥିଲା।

ପାରାଦ୍ଵୀପ ବନ୍ଦର ପକ୍ଷରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଦ୍ଵାରା ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ପାରାଦ୍ଵୀପ ବନ୍ଦର ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାହାଜକୁ ପାରାଦୀପ ବନ୍ଦର ପକ୍ଷରୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯିବା ପରେ ଆଙ୍କରେଜ ଏରିଆକୁ ପଠାଇ ଦିଆଯାଇଛି।

Comments are closed.