ଯନ୍ତ୍ରୀଙ୍କ ବଦଳି ହେଉ ; ନଚେତ୍ ବିଧାନସଭା ସମ୍ମୁଖରେ ଧାରଣା
ଭଦ୍ରକ ପାଣି ପଞ୍ଚାୟତ କର୍ମକର୍ତ୍ତା ସଂଘ ଚେତାବନୀ
ଭୁବନେଶ୍ୱର : କନିଷ୍ଠ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ଦାବିରେ ଭଦ୍ରକ ଜିଲା ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ ଏକ ଜରୁରୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ମକର୍ତ୍ତାମାନେ ସେମାନଙ୍କ ହାତକୁ କାମ ଦେବା ଏବଂ ଦୀର୍ଘବର୍ଷ ଧରି ପୋଷ୍ଟିଂ ପାଇଥିବା ଦୁଇ ଦୁର୍ନୀତିଖୋର ଯନ୍ତ୍ରୀଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବି କରିଛନ୍ତି। ଯଦି ସରକାର ଆସନ୍ତା ସପ୍ତାହ ମଧ୍ୟରେ ଏହି ସମସ୍ୟା ଉପରେ କୌଣସି ପଦକ୍ଷେପ ନ ନିଅନ୍ତି ତା’ହେଲେ ଆସନ୍ତା ୨୫ ତାରିଖରୁ ବିଧାନସଭା ସମ୍ମୁଖରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବା ସହ ଜଳସମ୍ପଦ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଭଦ୍ରକ ସେଚାଞ୍ଚଳ ଉନ୍ନୟନ ଡିଭିଜନର ପାଣିପଞ୍ଚାୟତ କର୍ମକର୍ତ୍ତା ସାଧାରଣ ସମ୍ପାଦକ ଅକ୍ଷୟ ସାହୁ କହିଛନ୍ତି।
Comments are closed.