www.samajalive.in
Sunday, December 14, 2025
26.1 C
Bhubaneswar

ରୁକୁଣା ରଥ ଯାତ୍ରାକୁ ୧୨ଦିନ : ପହଞ୍ଚି ପାରିଲାନି କାଠ

ଭୁବନେଶ୍ୱର : ଏବର୍ଷ ରୁକୁଣାରଥ କାମ ଚିନ୍ତା ବଢ଼ାଇଲାଣି। ହାତରେ ଆଉ ମାତ୍ର ୧୨ ଦିନ। ଏତେବେଳକୁ ୪ ଚକର କାମ ସରି ଅଖ କାମ ହୋଇଥାନ୍ତା। ଏବେ କିନ୍ତୁ ଦୁଇ ଚକର ଅର ଓ ପହି କାମ ସରିଥିବା ବେଳେ ଆଉ ଦୁଇଟି ଚକର ପହି ବଦଳା କାର୍ଯ୍ୟ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ  ଜଙ୍ଗଲ କାଠ ଖଳାରେ ପହଞ୍ଚି ପାରିନି। ଅନ୍ୟପକ୍ଷରେ ବନ ବିଭାଗ ନିଆଁ ଲିଭାରେ ବ୍ୟସ୍ତ ଅଛି। ଜଙ୍ଗଲରୁ କାଠ କାଟି ପଠାଇବାରେ ବିଳମ୍ବ ହେଉଥିବା  ବିଭାଗ ସୂଚନା ଦେଉଛି। ପୁଣି  ଗାଡ଼ିଚାଳକ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି। ରାସ୍ତାରେ ଗାଡ଼ି ଅଟକାଇବା ଆଶଙ୍କା ରହିଛି। ଆସନ୍ତାକାଲି କଟକ ଖପୁରିଆ ସ୍ଥିତ ସ’ ମିଲ୍‌ରେ କାଠ ପହଞ୍ଚିବ ବୋଲି ମନ୍ଦିର ପ୍ରଶାସନ ଆଶା ପୋଷଣ କରୁଛି। ହେଲେ  ନିର୍ଦ୍ଧାରିତ ସମୟ ଭିତରେ କାଠ ଖଳାରେ ପହଞ୍ଚିବା ନେଇ ମହାରଣା ସେବାୟତ ପ୍ରମାଦ ଗଣିଲେଣି। ପ୍ରତିବର୍ଷ ମୁଖ୍ୟ ମହାରଣାଙ୍କୁ ମିଶାଇ ପାଳିଆ ମହାରଣା ୫ଜଣ, ସାହି ମହାରଣା ୧୫ଜଣ ଓ ବାହାର ମହାରଣା ୩୫ଜଣଙ୍କ ସହ ୧୨ ବେହେରା ସେବାୟତ ରଥଗଢ଼ାରେ କାର୍ଯ୍ୟ କରିଥାନ୍ତି। ଏବର୍ଷ କିନ୍ତୁ ସାହି ମହାରଣାଙ୍କ ମଧ୍ୟରୁ ୧୧ଜଣ ଓ ବାହାର ମହାରଣାଙ୍କ ମଧ୍ୟରୁ ୨୮ଜଣ କାମକୁ ଆସିଥିବାରୁ ଏବେ ସୁଦ୍ଧା ୧୧ ମହାରଣା ଅଭାବ ରହିଛି। ସମୟ ଅନୁସାରେ କାଠ ପହଞ୍ଚି ପାରୁନଥିବାରୁ ନେତ୍ରୋତ୍ସବ ପୂର୍ବରୁ ମହାରଣାଙ୍କୁ ରଥ କାମ ସାରିବା ଚିନ୍ତାରେ ପକାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories