www.samajalive.in
Sunday, December 14, 2025
26.1 C
Bhubaneswar

କପିଳ ଦେବଙ୍କ ଭଳି ହେବାକୁ ଚାହୁଁନି: ପାଣ୍ଡ୍ୟା

ନର୍ଟିଂହାମ୍‍ : ଭାରତୀୟ ଯୁବ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ମହାନ୍‍ ଅଲରାଉଣ୍ଡର କପିଳ ଦେବଙ୍କ ସହ ତୁଳନା କରାଯାଉଥିବା ବେଳେ ଏହାକୁ ନାପସନ୍ଦ କରିଛନ୍ତି ହାର୍ଦିକ। ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚ୍‍ରେ ଚମତ୍କାର ବୋଲିଂ କରି ପ୍ରଥମ ଇନିଂସରେ ୫ଟି ୱିକେଟ୍‍ ହାସଲ କରିଥିବା ହାର୍ଦିକ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଛନ୍ତି କପିଳ ଦେବ ଜଣେ ମହାନ୍‍ ଅଲରାଉଣ୍ଡର। ତାଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି। ତେବେ ମୁଁ କେବେ ବି କପିଳ ଦେବଙ୍କ ଭଳି ହେବାକୁ ଚାହେଁନି। ମୁଁ ହାର୍ଦିକ ପାଣ୍ଡ୍ୟା ଏବଂ ଏହାକୁ ନେଇ ବେଶ୍‍ ସନ୍ତୁଷ୍ଟ। ସୂଚନାଥାଉକି ଭାରତୀୟ ଦଳରେ ହାର୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ଭାବେ ସ୍ଥାନ ପାଇଥିଲେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି ବୋଲି କିଛିଦିନ ତଳେ ୱେଷ୍ଟଇଣ୍ଡିଜର ପୂର୍ବତନ ଦ୍ରୁତ ବୋଲର ମାଇକେଲ ହୋଲଡିଂ ମତ ଦେଇଥିଲେ। ବୋଲିଂ ଓ ବ୍ୟାଟିଂରେ ହାର୍ଦିକ ଭଲ ପ୍ରଦର୍ଶନ କରିବାରୁ ବିଫଳ ହୋଇଥିବାରୁ ତାଙ୍କୁ ଅଲରାଉଣ୍ଡର ଭାବେ ପରିଗଣିତ କରାଯିବା ଉଚିତ୍‍ ନୁହେଁ ବୋଲି ହୋଲଡିଂ ମତ ଦେଇଥିଲେ। ତୃତୀୟ ଟେଷ୍ଟରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ହାର୍ଦିକ ଭାରତକୁ ମଜବୁତ୍‍ ସ୍ଥିତିରେ ପହଞ୍ଚାଇ ଦେଇଛନ୍ତି। ହାର୍ଦିକ ଆହୁରି କହିଥିଲେ ବୋଲିଂ କରିବା ସମୟରେ ସେ ନିଜକୁ ବୋଲର ଓ ବ୍ୟାଟିଂ କଲା ବେଳେ ବ୍ୟାଟସମ୍ୟାନ୍‍ ମନେ କରିଥାନ୍ତି। ସର୍ବଦା ଭଲ ପ୍ରଦର୍ଶନ କରିବାକୁ ସେ ଚେଷ୍ଟା କରନ୍ତି ଏବଂ ଦଳକୁ ମ୍ୟାଚ୍‍ ବିଜୟୀ କରାଇ ପାରିଲେ ଶ୍ରମ ସାର୍ଥକ ହୋଇଥିବା ଅନୁଭବ କରନ୍ତି ବୋଲି ପାଣ୍ଡ୍ୟା କହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories