www.samajalive.in
Sunday, December 14, 2025
26.1 C
Bhubaneswar

ପୁରୁଷ ହକି : ଇଣ୍ଡୋନେସିଆକୁ ୧୭-୦ରେ ହରାଇଲା ଭାରତ

ଜାକର୍ତ୍ତା : ମହିଳା ଦଳ ଭଳି ଭାରତୀୟ ପୁରୁଷ ହକି ଦଳ ମଧ୍ୟ ବିଜୟ ସହ ସେମାନଙ୍କର ଏସୀୟ କ୍ରୀଡା ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ଏଠାରେ ଖେଳାଯାଇଥିବା ପୁଲ ‘ଏ’ର ଏକ ମ୍ୟାଚରେ ଭାରତ ୧୭-୦ ଗୋଲରେ ଆୟୋଜକ ଇଣ୍ଡୋନେସିଆକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଦିଲପ୍ରୀତ ସିଂହ ଓ ସିମ୍ରନଜିତ ସିଂହ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଏହି ବିଜୟ ଫଳରେ ଭାରତକୁ ୩ ପଏଣ୍ଟ ମିଳିଛି। ଆସନ୍ତା ୨୨ରେ ଭାରତ ତାହାର ଦ୍ୱିତୀୟ ମ୍ୟାଚରେ ହଂକଂକୁ ଭେଟିବ।
ଶକ୍ତିଶାଳୀ ଭାରତ ସମ୍ମୁଖରେ ଇଣ୍ଡୋନେସିଆ ସମ୍ପୂର୍ଣ୍ଣଭାବେ ଆତ୍ମସମର୍ପଣ କରିଥିଲା। ମ୍ୟାଚ ପ୍ରାରମ୍ଭରୁ ଭାରତୀୟ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଇଣ୍ଡୋନେସିଆ ଗୋଲ ଏରିଆରେ ଚାପ ବଜାୟ ରଖିଥିଲା। ପ୍ରଥମ କ୍ୱାର୍ଟରର ୧ ମିନିଟରେ ମିଳିଥିବା ପେନାଲଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରି ରୂପିନ୍ଦରପାଲ ସିଂହ ଭାରତକୁ ୧-୦ରେ ଆଗୁଆ କରିଥିଲେ। ୩ ମିନିଟରେ ଭାରତକୁ ପେନାଲଟି ଷ୍ଟ୍ରୋକ୍‍ ମିଳିଥିଲା। ରୂପିନ୍ଦର କୌଣସି ତ୍ରୁଟି ନ ଦର୍ଶାଇ ଏହାକୁ ଗୋଲରେ ପରିବର୍ତ୍ତନ କରିବା ଫଳରେ ଭାରତର ଗୋଲ ବ୍ୟବଧାନ ୨-୦କୁ ବୃଦ୍ଧି ପାଇଥିଲା। ୯ ମିନିଟରେ ଦିଲପ୍ରୀତ ସିଂହଙ୍କ ଚମତ୍କାର ଫିଲ୍ଡ ଗୋଲ ବଳରେ ଭାରତ ୩-୦ରେ ଆଗୁଆ ରହିଥିଲା। ୧୦ ମିନିଟରେ ଆକାଶଦୀପ ସିଂହ ଓ ୧୪ ମିନିଟରେ ସିମ୍ରନଜିତ ସିଂହଙ୍କ ଗୋଲ ବଳରେ ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୫-୦ରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ଏସ.ଭି.ସୁନିଲ (୨୪ ମିନିଟ), ବିବେକ ସାଗର ପ୍ରସାଦ (୨୬ ମିନିଟ), ମନଦୀପ ସିଂହ (୨୯ ମିନିଟ) ଓ ଦିଲପ୍ରୀତ ସିଂହ (୩୦ ମିନିଟ) ଗୋଲ ସ୍କୋର କରିଥିବାବେଳେ ମଧ୍ୟାନ୍ତର ସୁଦ୍ଧା ଭାରତ ୯-୦ ଗୋଲରେ ଆଗୁଆ ରହିଥିଲା।
ବିରତି ପରେ ଭାରତୀୟ ଦଳର ଗୋଲବର୍ଷା ଜାରି ରହିଥିଲା। ୩୧ ମିନିଟରେ ହରମନପ୍ରୀତ ସିଂହ, ୩୨ ମିନିଟରେ ଦିଲପ୍ରୀତ ସିଂହ, ୩୭ ମିନିଟରେ ସିମ୍ରନଜିତ ସିଂହ, ୪୪ ମିନିଟରେ ଲଲିତ ଉପାଧ୍ୟାୟ ଓ ୪୫ ମିନିଟରେ ମନଦୀପ ସିଂହଙ୍କ ଗୋଲ ବଳରେ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଏହି ବ୍ୟବଧାନ ୧୪-୦କୁ ବୃଦ୍ଧି ପାଇଥିଲା। ଚତୁର୍ଥ କ୍ୱାର୍ଟରରେ ମନଦୀପ ସିଂହ (୪୮), ସିମ୍ରନଜିତ ସିଂହ (୫୨) ଓ ଅମିତ ରୋହିଦାସ (୫୪) ଗୋଲ ଦେବାରୁ ଭାରତ ଶେଷରେ ୧୭-୦ରେ ବିଜୟୀ ହୋଇଥିଲା।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories