www.samajalive.in
Saturday, December 6, 2025
19.1 C
Bhubaneswar

ହୁମା ପଞ୍ଚୁ ଦୋଳ ଯାତ୍ରା ଆରମ୍ଭ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ହାଟ ପଡିଆଠାରେ ହେଉଥିବା ପ୍ରସିଦ୍ଧ ପଞ୍ଚୁ ଦୋଳ ଯାତ୍ରା ଉତ୍ସାହ, ଉଦ୍ଦୀପନା, ପ୍ରବଳ ଜନସାମଗ ମଧ୍ୟରେ ଗୁରୁବାର ଦିନ ଆରମ୍ଭ ହୋଇଛି। ପଞ୍ଚୁ ଦୋଳ ଯାତ୍ରାକୁ ଆସୁଥିବା ସମସ୍ତ ଠାକୁରମାନେ ନିଜ ନିଜ ଗ୍ରାମରେ ବିରାଟ ଶୋଭାଯାତ୍ରାରେ ବାଦ୍ୟ, ବାଜଣା ବଜାଇ ପରିକ୍ରମା ପରେ ହୁମା ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥରେ ଏକତ୍ରିତ ହୋଇଥିଲେ। ସେଠାରୁ କ୍ରମନ୍ୱୟରେ ଠାକୁରମାନେ ଯାତ୍ରା ପଡିଆ ଅଭିମୁଖେ ବାହାରିଥିଲେ। ଗଡ଼ ହୁମା ଛକଠାରେ ଗଡ଼ ହୁମା ଠାକୁର ପହଞ୍ଚିବା ପରେ ହରିହର ଭେଟ କାର୍ଯ୍ୟକ୍ରମ ହୋଇଥିଲା। ହୁଳହୁଳି ହରିବୋଲ ଶବ୍ଦରେ ସେହି ଅଞ୍ଚଳ ପ୍ରକମ୍ପିତ ହୋଇଥିଲା ଓ ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ପରେ ସମସ୍ତ ଠାକୁର ପୁଣି ଯାତ୍ରା ପଡିଆକୁ ଯାଇଥିଲେ । ପୂର୍ଵରୁ ନିର୍ଦ୍ଧାରିତ ସ୍ଥାନରେ ଠାକୁରମାନେ ବସିଥିଲେ। ସେହି ସ୍ଥାନରେ ମୃଦଙ୍ଗ, ଘଣ୍ଟ, ତାଳ ଇତ୍ୟାଦି ପରିବେଷଣ ହୋଇଥିଲା। ଠାକୁରଙ୍କ ଦର୍ଶନ ପାଇଁ ବିଭିନ୍ନ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ସନ୍ଧ୍ୟାରୁ ଦୁଇଟି ରାମାୟଣ ନାଟକ ଆରମ୍ଭ ହୋଇ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିବ। ତାପରେ ସମସ୍ତ ଠାକୁରଙ୍କ ମିଳନ ପର୍ବ ହୋଇ ପୁଣି ନିଜ ନିଜ ଗ୍ରାମକୁ ଠାକୁରମାନେ ଫେରିବାର କାର୍ଯ୍ୟକ୍ରମ ରହିଥିବା ନେଇ ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି । ଏହି ଯାତ୍ରାକୁ ହୁମା ଗ୍ରାମର ବିଭିନ୍ନ ସାହି ଯଥା ବଡ଼ ସାହି, ଗୋପୀନାଥ ସାହି, କେଉଟ ସାହି ଓ ଅନ୍ୟାନ ସାହିର ଛଅ ଠାକୁର ଏବଂ କଣ୍ଟିଆ ଗଡ଼, ଖଟୁଆ କୁଦା, ଝାଡ଼ କୁଦା, ଗଡ଼ ହୁମା, ବେଲପଡା, କଳାଯମୁନା, ଲୁଂଘୁରି ପ୍ରଭୃତି ଗ୍ରାମର ମୋଟ ୧୩ ଠାକୁର ଏହି ଯାତ୍ରାକୁ ଆସିଥାନ୍ତି। ହୁମା ଫାଣ୍ଡି ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦବୋସ୍ତ ହୋଇଥିଲା। ପଞ୍ଚୁ ଦୋଳ ଯାତ୍ରା କମିଟି ଏହି ଯାତ୍ରାକୁ ପରିଚାଳନା କରୁଥିବା ଜଣାପଡିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories