ପାଟଣାଗଡ଼: ବଲାଙ୍ଗିରରୁ ଖଡ଼ିଆଳ ଫେରୁଥିବାବେଳେ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗିରରୁ ଖଡ଼ିଆଳ ଫେରୁଥିବାବେଳେ ସାଲେପାଲି ଛକ ନିକଟରେ ଏକ ବାଇକୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ବାଇକରେ ୨ଜଣ ଆରୋହୀ (ଯୁବକ-ଯୁବତୀ) ବସିଥିଲେ। ଅଜଣା ଗାଡ଼ି ଧକ୍କାରେ ବାଇକରେ ବସିଥିବା ଜଣେ ଯୁବକ ଓ ଯୁବତୀ ମୃତଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ସିନାପାଲିର ହୋଇଥିବାବେଳେ ଯୁବତୀ ଖଡ଼ିଆଡ଼ ଅଞ୍ଚଳର ସୂଚନା ମିଳିଛି।
Popular Categories



