www.samajalive.in
Saturday, December 6, 2025
26.1 C
Bhubaneswar

ପାମ୍ପଡ ଖାଇବା ପୂର୍ବରୁ ଜାଣି ନିଅନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ କଥା

ଅନେକ ବ୍ୟକ୍ତି ଭୋଜନ କରିବା ବେଳେ ପାମ୍ପଡ ଖାଇବାକୁ ପସନ୍ଦ କରନ୍ତି। ଏହାକୁ ଖାଇବା ଦ୍ବାରା ସ୍ବାଦ ବଢିଥାଏ। ଅଧିକତଃ ବ୍ୟକ୍ତି ଭାତ ସହ ପାମ୍ପଡ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏପରି କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଆସନ୍ତୁ ଜାଣିବା ଭୋଜନ ସହ ପାମ୍ପଡ ଖାଇବା ଦ୍ବାରା କ’ଣ କ୍ଷତି ହୋଇଥାଏ ..

ସୋଡିୟମ ଅଧିକ ମାତ୍ରାରେ ଥାଏ :

- Advertisement -

ପାମ୍ପଡରେ ସୋଡିୟମ ଅଧିକ ମାତ୍ରରେ ଥିବାରୁ ତାହା ଅଧିକ ଦିନ ପର୍ଯ୍ୟନ୍ତ ଖରାପ ହୋଇନଥାଏ। ଏହାର ସେବନ ଆମ ଶରୀର ଉପ​‌ରେ ଖରାପ ପ୍ରଭାବ ପକାଇଥାଏ। ଏଥିରେ ବ୍ୟାକ୍ଟେରିଆ ଉତ୍ପନ୍ନ ହେବାର ସମ୍ଭାବନା ରହିଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ସୋଡିୟମ ଓ କୃତ୍ରିମ ରଙ୍ଗର ବ୍ୟବହାର ପିଲାଙ୍କୁ ଅତ୍ୟଧିକ ସକ୍ରିୟ କରିଥାଏ। ଏହାଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡେ।

ଲୁଣର ଅଧିକ ବ୍ୟବହାର :

ପାମ୍ପଡରେ ସୋଡିୟମର ବ୍ୟବହାର ଦ୍ବାରା ଲୁଣର ମାତ୍ରା ମଧ୍ୟ ବଢିଯାଇଥାଏ। ଅଧିକ ଲୁଣର ବ୍ୟବହାର ଶରୀର ପାଇଁ ହାନିକାରକ ହୋଇଥାଏ। ଏହା ଦ୍ବାରା ଅଧିକ ଚିନ୍ତାଗ୍ରସ୍ତ, ହୃହୟ ସମ୍ବନ୍ଧୀୟ ରୋଗ ଓ ପାଣିର ଅଭାବ ପରି ସମସ୍ୟା ଶରୀରରେ ସୃଷ୍ଟି ହୋଇଥାଏ।

ଏସିଡିଟି ସମସ୍ୟା :

ବଜାରରେ ମିଳୁଥିବା ପାମ୍ପଡ ଅଲଗା ଅଲଗା ପ୍ରକାରର ମସଲାରୁ ପ୍ରସ୍ତୁତ କରାଯାଇଥାଏ। ଏହା ଆମର ପାଚନ ତନ୍ତ୍ର ଉପର କୁପ୍ରଭାବ ପକାଇଥାଏ। ଏହାଦ୍ବାରା ଏସିଡିଟି ପରି ସମସ୍ୟା ଦେଖା ଦେଇଥାଏ।

ତେଲର ଅଧିକ ବ୍ୟବହାର :

ଅନେକ ଲୋକ ପାମ୍ପଡକୁ ତେଲରେ ଛାଣି ଖାଇବାକୁ ପସନ୍ଦ କରିଥାଆନ୍ତି। ପାମ୍ପଡକୁ ଛାଣିଲେ ସେଥିରେ ତେଲ ଅଧିକ ରହିଯାଏ। ଏହାଦ୍ବାରା ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଏହାଦ୍ବାରା ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢି ହୃଦୟ ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ।

ପୋଡା ପାମ୍ପଡ ମଧ୍ୟ କ୍ଷତିକାରକ :

ଅନେକ ଲୋକଙ୍କୁ ପୋଡା ପାମ୍ପଡ ଖାଇବାକୁ ଭଲ ଲାଗେ। ଏହା ତେଲରେ ଛଣା ଯାଇଥିବା ପାମ୍ପଡ ଠାରୁ ଭଲ। କିନ୍ତୁ ଏକ ଗବେଷଣାରୁ ଜଣାପଡିଛି ଯେ, ପାମ୍ପଡରେ ସୋଡିଅମଥିବା ହେତୁ ତାହାକୁ ଛାଣିଲେ କି ପୋଡିଲେ ସେଥିରେ ଏକ୍ରିଲାମାଇଡ ବୃଦ୍ଧି ହୋଇଥାଏ। ଏହା ଶରୀରରେ କ୍ୟାନ୍ସର ରୋଗର କାରକ ହୋଇଥାଏ।

 

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories