www.samajalive.in
Friday, December 5, 2025
20.1 C
Bhubaneswar

ପାକିସ୍ତାନରେ ପୁଲିସ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ; ୧୦ ପୁଲିସ କର୍ମୀ ମୃତ

ଇସଲାମାବାଦ : ପାକିସ୍ତାନର ଖେବର ପାଖ୍ଟନଖୱା ଡେରା ଇସମିଲ୍‌‌ ଖାନ ଜିଲାରେ ଏକ ପୁଲିସ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହୋଇ ପ୍ରାୟ ୧୦ ଜଣ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟିଛି। ଏହାସହ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଦରବାନ ତହସିଲରେ ଭୋର ୩ଟା ସମୟରେ କିଛି ଆତଙ୍କବାଦୀ ମାନେ ଅସ୍ତ୍ରଶସ୍ତ୍ର ସହ ପୁଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ।
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଚିକିତ୍ସା ଜାରି ରହିଛି। କୁହାଯାଉଛି ଆତଙ୍କବାଦୀ ମାନେ ପୁଲିସ ଷ୍ଟେସନ ଉପରେ ଗ୍ରେନେଡ ଓ ଗୁଳି କରି ଆକ୍ରମଣ କରିଥିଲେ। ପୁଲିସ ସେମାନଙ୍କୁ ପିଛା କରିଥିଲେ ମଧ୍ୟ ଅନ୍ଧାର ଥିବାରୁ ଆତଙ୍କବାଦୀମାନେ ଫେରାର ହୋଇ ଯାଇଥିଲେ। ଏହାପରେ ପୁଲିସ ଉକ୍ତ ଅଞ୍ଚଳକୁ ସିଲ୍‌‌ କରାଯିବା ସହ ତଲାସି ଅଭିଯାନ ଜାରି ରଖିଛି।
ପାକିସ୍ତାନରେ ଆତଙ୍କୀ ଆକ୍ରମଣ ଧିରେ ଧିରେ ବୃଦ୍ଧି ପାଉଛି। ଚଳିତ ବର୍ଷ ଜାନୁଆରୀରେ ପ୍ରାୟ ୯୩ ଥର ଆତଙ୍କୀ ଆକ୍ରମଣ ହୋଇଥିବା ବେଳେ ୯୦ ଲୋକଙ୍କ ମୃତ୍ୟୁ ପ୍ରାୟ ୧୩୫ ଆହତ ହୋଇଛନ୍ତି। ୧୫ ଜଣଙ୍କୁ ଅପହରଣ କରାଯାଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ପାକିସ୍ତାନରେ ଫେବ୍ରୁଆରୀ ୮ରୁ ସାଧାରଣ ନିର୍ବାଚନ। ନିର୍ବାଚନ ପୂର୍ବରୁ ପାକିସ୍ତାନରେ ଏହି ଆତଙ୍କୀ ଆକ୍ରମଣ ହୋଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories