ବହୁମତ ପ୍ରମାଣିତ କଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ସପକ୍ଷରେ ପଡିଲା ୪୭ ଭୋଟ

ରାଞ୍ଚି: ଝାଡଖଣ୍ଡ ବିଧାନସଭାରେ ବହୁମତର ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଚମ୍ପାଇଙ୍କ ସମର୍ଥନରେ ୪୭ ଖଣ୍ଡ ଭୋଟ ପଡିଥିବା ବେଳେ ବିପକ୍ଷ ଦଳରେ ମାତ୍ର ୨୯ଖଣ୍ଡ ଭୋଟ ପଡିଛି । । ତାଙ୍କ ସରକାରକୁ ଅସ୍ଥିର କରିବାକୁ ପ୍ରୟାସ କରାଯାଉଛି ବୋଲି ବିଧାନସଭାରେ କହିଛନ୍ତି ଚମ୍ପାଇ ସୋରେନ । ଜାନୁଆରୀ ୩୧ ଦେଶ ପାଇଁ କଳା ଅଧ୍ୟାୟ । ଦେଶରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ହେମନ୍ତ ଅଛନ୍ତି ମାନେ ସାହାସ ରହିଛି ବୋଲଇ ଚମ୍ପାଇ ସୋରେନ କହିଛନ୍ତି । ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ ହେଲେ ହେମନ୍ତ ସୋରେନ

Comments are closed.