www.samajalive.in
Monday, December 15, 2025
26.1 C
Bhubaneswar

ପାକିସ୍ତାନ: ଆର୍ଥିକ ସହାୟତା ମିଳିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଇସ୍ତଫା

ଇସଲାମାବାଦ: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ)ର ସହାୟତା ମିଳିବା ପୂର୍ବରୁ ଏକ ନାଟକୀୟ ଢଙ୍ଗରେ ପାକିସ୍ତାନ ଅର୍ଥମନ୍ତ୍ରୀ ଅଶଦ ଉମର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପାକିସ୍ତାନର ଆର୍ଥିକ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ ଅଶଦ ଆମେରିକା ଗସ୍ତରେ ଯାଇଥିଲେ ଓ ସେଠାରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଅଧିକାରୀଙ୍କ ସହ ବହୁ କୋଟି ଟଙ୍କା ବେଲ ଆଉଟ ପ୍ୟାକେଜ ଋଣ ପ୍ରକ୍ରିୟା ଚୂଡାନ୍ତ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପରେ ସେ ଇସ୍ତଫା ଦେଇଛନ୍ତି।

ସମ୍ବାଦଦାତାମାନଙ୍କୁ ସୂଚନା ଦେଇ ପାକିସ୍ତାନ ଅର୍ଥମନ୍ତ୍ରୀ ଅଶଦ ଉମର କହିଛନ୍ତି, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କ୍ୟାବିନେଟରେ ଅଦଳ ବଦଳ କରିବା ସହ ତାଙ୍କୁ ଅର୍ଥ ମନ୍ତ୍ରାଳୟ ବଦଳରେ ଶକ୍ତି ମନ୍ତ୍ରାଳୟ ଦେବାକୁ ଚାହୁଁଥିବାରୁ ସେ ଇସ୍ତଫା ଦେଇଛନ୍ତି। ତେବେ ତାଙ୍କୁ କ୍ୟାବିନେଟ ପଦବୀ ନ ଦେବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପାକିସ୍ତାନରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ନେଇ ଦେଶର ବ୍ୟବସାୟୀ ଗୋଷ୍ଠୀ, ବିରୋଧୀ ଦଳ ଏବଂ ସାଧାରଣ ଲୋକେ ଇମ୍ରାନ ଖାନ ନେତୃତ୍ୱାଧୀନ ସରକାର ଓ ଅର୍ଥମନ୍ତ୍ରୀ ଅଶଦ ଉମରଙ୍କୁ ସମାଲୋଚନା କରି ଆସୁଥିଲେ।

- Advertisement -

ସୂଚନାଯୋଗ୍ୟ, ପାକିସ୍ତାନ ଅତ୍ୟନ୍ତ ଦୟନୀୟ ଆର୍ଥିକ ସ୍ଥିତି ମଧ୍ୟରେ ଗତି କରୁଥିବାରୁ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) ପ୍ରାୟ ୫ହଜାର କୋଟି ଟଙ୍କା ଋଣ ଦେବାକୁ ରାଜି ହୋଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories