୪ଛୁଆଙ୍କ ସହ ପାକିସ୍ତାନରୁ ପଳାଇଆସିଲେ ମହିଳା

ପିୟୁବିଜି ମାଧ୍ୟମରେ ପ୍ରେମ ପିୟୁବିଜି ମାଧ୍ୟମରେ ପ୍ରେମ

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ଖେଳ ପିୟୁବିଜି ମାଧ୍ୟମରେ ପରିଚୟ, ପରେ ବନ୍ଧୁତା ଏବଂ ୪ ସନ୍ତାନଙ୍କ ସହ ଦେଶ ଛାଡ଼ି ପଳାୟନ। ଏପରି କରିଛନ୍ତି ପାକିସ୍ତାନୀ ମହିଳା ସୀମା ଗୁଲାମ ହାଇଦର। ଗ୍ରେଟର ନଏଡା ଅନ୍ତର୍ଗତ ରବିପୁରା ଅଞ୍ଚଳର ସଚିନଙ୍କ ସହିତ ତାଙ୍କର ପିୟୁବିଜି ମାଧ୍ୟମରେ ସମ୍ପର୍କ ସ୍ଥାପନ ହେବା ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ସୀମା ଲୁଚି ଲୁଚି ନେପାଳ ବାଟ ଦେଇ ଗତ ମେ’ ମାସରେ ଭାରତରେ ପ୍ରବେଶ କରିବା ପରେ ଗ୍ରେଟର ନଏଡାରେ ପହଞ୍ଚିଥିଲେ। ସାଙ୍ଗରେ ଥିଲେ ୪ ସନ୍ତାନ। ସଚିନଙ୍କ ସହ ସେ ଏକ ଭଡ଼ା ଘରେ ରହିଲେ। କିଛି ଦିନ ପରେ ଜଣେ ପାକିସ୍ତାନୀ ମହିଳା ବେଆଇନ ଭାବେ ଏଠାରେ ବାସ କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ସଚିନ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ସନ୍ଦେହରେ ସୀମା ଓ ତାଙ୍କ ୪ ଛୁଆଙ୍କୁ ଧରି ଅନ୍ୟତ୍ର ପଳାୟନ କଲାବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିବା ସହ ଘର ମାଲିକ ବ୍ରିଜେଶଙ୍କୁ ପଚାରିବାରେ ଜଣାପଡ଼ିଲା ଯେ ସେମାନେ ଗତ ମେ’ରୁ ସେଠାରେ ବସବାସ କରୁଥିଲେ। ସେମାନେ ଅଦାଲତରେ ବିବାହ କରିଥିବା ଓ ୪ ଛୁଆ ସେମାନଙ୍କର ବୋଲି ଦମ୍ପତି କହିଥିଲେ। ମହିଳା ଜଣଙ୍କ ସାଧାରଣ ଭାବେ ସାଲୱାର ଓ ଶାଢ଼ି ପିନ୍ଧୁଥିବାରୁ ସେ ପାକିସ୍ତାନୀ ବୋଲି କାହାରି ସନ୍ଦେହ ନଥିଲା।

Comments are closed.