www.samajalive.in
Saturday, December 6, 2025
19.1 C
Bhubaneswar

ଭାରତକୁ ପାକିସ୍ତାନ ସେନା ମୁଖ୍ୟ ବାଜୱାଙ୍କ ଧମକ: କିଛି ବି କରିପାରିବୁ, ଶେଷ ଗୁଳି ପର୍ଯ୍ୟନ୍ତ ଲଢିବୁ

ଇସଲାମାବାଦ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ବିଚଳିତ ହୋଇପଡିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ରେଳ ମନ୍ତ୍ରୀ ଶେଖ ରାଶିଦ ଅହମଦ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ପରେ ଶୁକ୍ରବାର ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି।

ବାଜୱା କହିଛନ୍ତି ଯେ କାଶ୍ମୀର ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି। କାଶ୍ମୀର ଏବେ ନରେନ୍ଦ୍ର ମୋଦୀଙ୍କ ହିନ୍ଦୁତ୍ୱର ଶିକାର ହୋଇଛି। କାଶ୍ମୀର ଉପରେ ଭାରତ ସରକାରଙ୍କ ପଦକ୍ଷେପ ଆମ ପାଇଁ ଏକ ଆହ୍ୱାନ ହୋଇଛି। ପାକିସ୍ତାନ କାଶ୍ମୀର ଲୋକଙ୍କ ସହ ଅଛି ଓ ତାଙ୍କୁ ଧୋକା ଦେବନାହିଁ। ଆମେ ଏଥିପାଇଁ କୌଣସି ବି ସ୍ତରକୁ ଯାଇପାରିବୁ ଓ କିଛି ବି କରିପାରିବୁ। ପାକିସ୍ତାନ ସେନା ଶେଷ ନିଶ୍ୱାସ ଏବଂ ଶେଷ ଗୁଳି ପର୍ଯ୍ୟନ୍ତ ଲଢିବ। ଏବେ ଯୁଦ୍ଧର ପରସ୍ଥିତି ସୃଷ୍ଟି ହୋଇଛି। ଆମେ କାଶ୍ମୀର ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ ଅଛୁ।

- Advertisement -

ସେପଟେ ପାକିସ୍ତାନ ଏଲଓସି ନିକଟସ୍ଥ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ବାଘ ଏବଂ କୋଟଲି ସେକ୍ଟରରେ ୨୦୦୦ରୁ ଅଧିକ ସୈନ୍ୟ ମୁତୟନ କରିଛି। ପାକିସ୍ତାନ ସୈନ୍ୟଙ୍କୁ ଏଲଓସିର ୩୦ କିଲୋମିଟର ଭିତରେ ମୁତୟନ କରାଯାଇଛି। ଏହାସହ ପାକିସ୍ତାନ ଗିଲଗିଟ ବାଲ୍ଟିସ୍ତାନସ୍ଥିତ ସ୍କର୍ଦୁ ବିମାନ ଘାଟିରେ ଜେଏଫ-୧୭ ଯୁଦ୍ଧ ବିମାନ ମୁତୟନ କରିଛି। ପାକିସ୍ତାନ ବାୟୁସେନାର ୩ଟି ସି-୧୩୦ ହରକ୍ୟୁଲସ ପରିବହନ ବିମାନ ସୈନ୍ୟଙ୍କୁ ନେଇ ଗିଲଗିଟ ବାଲ୍ଟିସ୍ତାନରେ ପହଞ୍ଚାଇଛି। ପାକିସ୍ତାନ ସେନା ସୀମାରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛି। ଏସବୁରୁ ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡୁଛି। ଭାରତର ଗୁଇନ୍ଦା ସଂସ୍ଥାଗୁଡ଼ିକ ପାକିସ୍ତାନ ସେନାର ପ୍ରତି ସେକେଣ୍ଡର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ଭାରତୀୟ ସେନା ସମସ୍ତ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories