www.samajalive.in
Sunday, December 14, 2025
26.1 C
Bhubaneswar

ମଝି ଆକାଶରେ ଭାରତୀୟ ବିମାନକୁ ଅନୁମତି ଦେଲାନି ପାକିସ୍ତାନ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ବିମାନକୁ ଅନୁମତି ଦେଲା ଧୋକାବାଜ ପାକିସ୍ତାନ । ଇଣ୍ଡିଗୋ ବିମାନକୁ ପାକିସ୍ତାନ ଆକାଶମାର୍ଗ ବ୍ୟବହାର ପାଇଁ ଅନୁମତି ଦେଇନଥିଲା । ଖରାପ ପାଗ ଯୋଗୁ ଟର୍ବୁଲେନ୍ସରୁ ବର୍ତ୍ତିବାକୁ ପାକ୍‍ ଏୟାରସ୍ପସ୍‍ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ ଇଣ୍ଡିଗୋ ପାଇଲଟ । ହେଲେ ପାକିସ୍ତାନ ଏହାକୁ ପ୍ରତ୍ୟାଖାନ କରିଦେଇଥିଲା । ଦିଲ୍ଲୀରୁ ଶ୍ରୀନଗର ବିମାନ ଯାଉଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଇଛି । ଇଣ୍ଡିଗୋ ବିମାନଟି ୨୨୭ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ-ଶ୍ରୀନଗର ଯାଉଥିଲା । ହଠାତ ଖରାପ ପାଗ ଯୋଗୁଁ ଲାହୋରରେ ଜରୁରୀ ଅବତରଣ ପାଇଁ ଅନୁମତି ମଗାଯାଇଥିଲା । ହେଲେ ପାକିସ୍ତାନ ମାନବିକତା ଭୁଲି ଅନୁମତି ଦେଇନଥିଲା । ଏହା ହେଉଛି ପାକିସ୍ତାନର ଅସଲ ଚରିତ୍ର । ପହଲଗାଓଁ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ଜାରି ରହିଛି ।

ପୁରା ଘଟଣାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ ତଦନ୍ତ କରୁଛି । ବୁଧବାର ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ବିମାନ ଜରୁରୀ ଅବତରଣ କରିଥିଲା । ପ୍ରତିକୂଳ ପାଗ ଏବଂ କୁଆପଥର ମାଡ ଯୋଗୁଁ ମଝି ଆକାଶରେ ବିମାନ ଟଳମଳ ହୋଇଥିଲା । ଏହି ବିମାନରେ ୨୨୭ଜଣ ଯାତ୍ରୀ ଥିଲେ । ଯେଉଁଥିରେ ଟିଏମସି ସାଂସଦ ସାଗରିକା ଘୋଷଙ୍କ ସମେତ ୫ଜଣ ସଦସ୍ୟ ଥିଲେ । ପାଇଲଟ୍‍ ଓ କ୍ରିଉ ମେମ୍ବରଙ୍କ ଉଦ୍ୟମରେ ବିମାନଟି ସୁରକ୍ଷିତ ଭାବେ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରିଥିଲା ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories