www.samajalive.in
Friday, December 5, 2025
20.1 C
Bhubaneswar

ଚାମ୍ପିଅନ୍ସ ଟ୍ରଫି ବିବାଦରେ ଏମିତି ପ୍ରତିକ୍ରିୟା ଦେଲେ ପାକ୍‌ ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଆଗାମୀ ୨୦୨୫ରେ ପାକିସ୍ତାନରେ ଆୟୋଜନ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଦୁଇ ଦେଶର କ୍ରିକେଟ ବୋର୍ଡ ଏବଂ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ମଧ୍ୟରେ ବୁଝାମଣା ଜାରି ରହିଛି। ହେଲେ ଏହି ବିବାଦରେ ଏଣ୍ଟ୍ରି କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ମୁଖ୍ୟ ମୋହସିନ ନକଭୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସମସ୍ତ ତଥ୍ୟ ଦେଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଶରିଫ କହିଛନ୍ତି, ପାକିସ୍ତାନକୁ ନିଜ ଆତ୍ମସମ୍ମାନ ସହିତ ବୁଝାମଣା କରିବା ଅନୁଚିତ।

ଶରିଫ କହିଛନ୍ତି, କେବଳ ଟଙ୍କା ବିଷୟରେ ଚିନ୍ତା କରିବା ଉଚିତ ନୁହେଁ। ଜନତାଙ୍କ ଭାବନାକୁ ବି ଧ୍ୟାନରେ ରଖିବା ଆବଶ୍ୟକ। ପାକିସ୍ତାନରେ ପ୍ରଧାନମନ୍ତ୍ରୀ ହିଁ ଜାତୀୟ କ୍ରିକେଟ ବୋର୍ଡର ସଂରକ୍ଷକ। ତେଣୁ ଦୁଇଦେଶ ମଧ୍ୟରେ ବିବାଦ ସମ୍ପର୍କରେ ପିସିପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଶରିଫ ଦେଶର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ପିସିବିକୁ ପରାମର୍ଶ ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories