www.samajalive.in
Saturday, December 13, 2025
27.1 C
Bhubaneswar

ବିପକ୍ଷଙ୍କ ସମସ୍ତ ଦାବି ମାନିବେ ଇମ୍ରାନ କିନ୍ତୁ ଇସ୍ତଫା ଦେବେ ନାହିଁ

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିପକ୍ଷଙ୍କ ସମସ୍ତ ଦାବି ମାନିବେ କିନ୍ତୁ ନିଜ ପଦରୁ ଇସ୍ତଫା ଦେବେ ନାହିଁ। ଇମ୍ରାନ ଖାନ ମଙ୍ଗଳବାର କହିଛନ୍ତି କି, ସେ ତାଙ୍କ ବିପକ୍ଷରେ ମୌଲାନା ଫଜଲୁର ରେହମାନଙ୍କ ନେତୃତ୍ବରେ ‘ଆଜାଦି ମାର୍ଚ୍ଚ‘ କରୁଥିବା ପଦର୍ଶନକାରୀଙ୍କ ସମସ୍ତ ଦାବି ସ୍ବିକାର କରୁଛନ୍ତି। କିନ୍ତୁ ତାଙ୍କ ପଦରୁ ସେ ଇସ୍ତଫା ଦେବେ ନାହିଁ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କହିବା ଅନୁଯାଇ ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖତ୍ତାକଙ୍କ ନେତୃତ୍ୱରେ ଏକ ଟିମ୍ ଜେୟୁଆଇ-ଏଫ ନେତା ଅକରମ ଖାନ ଦୁରାନୀଙ୍କ ରହବର ସମିତି ସହ ଆଲୋଚନା କରିଥିଲେ ଏବଂ ଅନ୍ୟ ଏକ ଟିମ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଚୈଧୁରୀ ଶୁଜାତ୍ ହୁସେନଙ୍କ ନେତୃତ୍ୱରେ ଯାଇ ସୋମବାର ରାତିରେ ମୌଲାନା ଫଜଲୁର ରେହମାନଙ୍କୁ ଭେଟିଥିଲେ। କିନ୍ତୁ ଏହି ବୈଠକରେ ଯାହା ଆଲୋଚନା ହେଲା ତାହା କେତେଦୂର ସଫଳ ହେବ ତାହା ବର୍ତ୍ତମାନ ସନ୍ଦେହ ଘେରରେ। ମୁସଲିମ୍ ଲିଗ୍-ନୱାଜ୍ (ପିଏମ୍ଏଲ୍-ଏନ୍) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଜାମିଅତ୍ ଉଲେମା ଇ ଇସ୍ଲାମ ଫଜଲୁର ରେହମାନଙ୍କୁ ସମର୍ଥନ କରୁଛନ୍ତି। ଉଭୟ ମିଶି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇସ୍ତଫା ଦାବି କରୁଛନ୍ତି। ମଙ୍ଗଳବାର ଏହି ଆଜାଦି ମାର୍ଚ୍ଚ ପଞ୍ଚମ ଦିନରେ ପହଞ୍ଚିଛି। ଆଜାଦି ମାର୍ଚ୍ଚ ର୍ କରୁଥିବା ପଦର୍ଶନକାରୀ ମାନେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇସ୍ତଫା ଦାବି କରିବା ସହ ୨୦୧୮ରେ ହୋଇଥିବା ନିର୍ବାଚନରେ ଇମ୍ରାନ ଜାଲିଆତି କରିଥବା ଅଭିଯୋଗ କରୁଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶାସନ ଜାଣି ନଥିବା ମଧ୍ୟ ଆନ୍ଦୋଳନକାରୀ ମାନେ ଦାବି କରୁଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories