www.samajalive.in
Saturday, December 13, 2025
26.1 C
Bhubaneswar

ଅବିଶ୍ବାସ ପ୍ରସ୍ତାବକୁ ନେଇ ଇମ୍ରାନ ଖାନଙ୍କ ଦମ୍ଭୋକ୍ତି, କହିଲେ ଶେଷ ବଲ ଯାଏଁ ଖେଳିବି-ଇମ୍ରାନ

ଇସଲାମାବାଦ: ଆଜି ପାକିସ୍ତାନବାସୀଙ୍କୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମ୍ବୋଧନ କରି କହିଛନ୍ତି ଯେ ଅବିଶ୍ବାସ ପ୍ରସ୍ତାବ ଉପରେ ଆସନ୍ତା ରବିବାର ଭୋଟିଂ ହେବ। ଏପ୍ରିଲ ୩ ତାରିଖରେ ପାକିସ୍ତାନରେ ଆସିବାକୁ ଯାଉଛି ଚୂଡ଼ାନ୍ତ ନିଷ୍ପତ୍ତି। ମୋତେ ଇସ୍ତଫା ଦେବା ଲାଗି ବିଭିନ୍ନ ବର୍ଗରୁ କୁହାଯାଉଛି ବୋଲି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଅବିଶ୍ବାସ ପ୍ରସ୍ତାବକୁ ନେଇ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦମ୍ଭୋକ୍ତି ପ୍ରକାଶ କରି କହିଛନ୍ତି ଯେ ମୁଁ ଇସ୍ତଫା ଦେବି ନାହିଁ, ଶେଷ ବଲ ପର୍ଯ୍ୟନ୍ତ ଖେଳିବି। ଭୋଟିଂ ପରେ ଆହୁରି ମଜଭୁତ ହୋଇ ଲଢ଼େଇ କରିବି ବୋଲି ସେ ପ୍ରକାଶ କରିଛନ୍ତି।

 

- Advertisement -

ଇମ୍ରାନ ଖାନଙ୍କ ସରକାରକୁ ସମର୍ଥନ କରୁଥିବା ସହଯୋଗୀ ଦଳ ହାତ ଛାଡିଦେଇଛନ୍ତି । ତେଣୁ ସଂସଦରେ ସରକାର ଗଢିବା ପାଇଁ ଆବଶ୍ୟକ ଥିବା ମ୍ୟାଜିକ ନମ୍ବର ହରାଇସାରିଛନ୍ତି ଇମ୍ରାନ୍ । ଆଜି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାର ଥିଲା । କିନ୍ତୁ ନ୍ୟାସନାଲ ଆସେମ୍ବଲି କିଛି ସମୟ ଚାଲିବା ପରେ ଏପ୍ରିଲ ୩ ଯାଏ ସ୍ଥଗିତ ରଖାଯାଇଛି । ବିରୋଧୀ ସାଂସଦ ଅନାସ୍ଥା ପ୍ରସ୍ତାବ ଉପରେ ଶୀଘ୍ର ଭୋଟିଂ କରିବାକୁ ଦାବି କରିବା ପରେ ସଂସଦ ଅଧିବେଶନକୁ ସ୍ଥଗିତ ରଖାଯାଇଛି ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories