www.samajalive.in
Thursday, December 11, 2025
16.1 C
Bhubaneswar

ବଲାଙ୍ଗିର ଜିଲାପାଳଙ୍କ କଣ୍ଟାବାଞ୍ଜି ଡାକ୍ତରଖାନା ପରିଦର୍ଶନ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା କଣ୍ଟାବାଞ୍ଜି ଡାକ୍ତରଖାନା ପରିଦର୍ଶନ କରି ଫେରିଯାଇଛନ୍ତି । ପରିଦର୍ଶନ ସମୟରେ ଟିଟିଲାଗଡ ଉପଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରି, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ। ଜିଲାପାଳ ପ୍ରଥମେ ଡାକ୍ତରଖାନା ଭିତରେ ଥିବା ମା’ ଓ ଶିଶୁ (ଏମଚିଏଚ) ଡାକ୍ତରଖାନା ପରିଦର୍ଶନ କରିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ଡାକ୍ତରଖାନା ଉଦଘାଟନ କରିଥିବା ବେଳେ କିଛି ଦିନ ପରେ ଏହା କାର୍ଯ୍ୟକ୍ଷମ ହୋଇଯିବ ବୋଲି ଜିଲାପାଳ କହିଥିଲେ । ଏମସିଏଚ ପାଇଁ ଦରକାର ପଡୁଥିବା ଅନେକ ସାମଗ୍ରୀ ଯୋଗାଇ ଦେବା ସହ ଆଗାମୀ ୭ଦିନ ମଧ୍ୟରେ ସମ୍ପୁର୍ଣ୍ଣ କାର୍ୟ୍ୟକ୍ଷମ କରାଯିବ ଏବଂ ବିଭିନ୍ନ ୱାର୍ଡରେ ଦରକାର ପଡୁଥିବା କର୍ମଚାରୀ ମାନେ ମଧ୍ୟ ନିୟୋଜିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଅନ୍ୟପକ୍ଷରେ ଡାକ୍ତରଖାନା ମଧ୍ୟ ସେ ବୁଲି ଅନ୍ୟ ସବୁ ସମସ୍ୟାର ଆଲୋଚନ କରିଛନ୍ତି। ଏହାପରେ ଜିଲାପାଳ ଡାକ୍ତରଖାନାର ରୋଗୀ ମାନଙ୍କ ୱାର୍ଡ ପରିଦର୍ଶନ କରିଥିଲେ ଏବଂ ରୋଗୀମାନଙ୍କୁ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଡାକ୍ତରଖାନାରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଶୀଘ୍ର କିଭଳି ସାମାଧାନ କରାଯିବ ସେନେଇ ଜିଲାପାଳ ଜିଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ଅବଗତ କରିଥିଲେ। ଆଜିର ପରିଦର୍ଶନ ସମୟରେ ଟିଟିଲାଗଡ ଉପ ଜିଲାପାଳ ମନୋଜ ସତ୍ୟବାନ ମହାଜନ, କଣ୍ଟାବାଞ୍ଜି ତହସିଲଦାର ସମିର ବେହେରା, ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆ, ମେଡ଼ିକାଲ ଅଫିସର ଏସପିଡି. ପଣ୍ଡା, ସହ ବିଭିନ୍ନ ସରକାରୀ ଅଫିସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories