www.samajalive.in
Thursday, December 11, 2025
16.1 C
Bhubaneswar

୮ବର୍ଷ ଚୋରା କାରବାରର ପର୍ଦ୍ଦାଫାଶ, ଉଦ୍ଧାର ହେଲା ବିପୁଳ ପରିମାଣର ଚୋରା ଆସବାବପତ୍ର ଓ ବୈଦ୍ୟୁତିକ ସରଞ୍ଜାମ ଅଟୋ ଜବତ

ରେଙ୍ଗାଲି: ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଲଇଡାର ମୁକେଶ ଅଗ୍ରଓାଲାଙ୍କ ଦୋକାନରୁ ଗତ ୨୮ ତାରିଖ ସୋମବାର ରାତିରେ ଚୋରୀ ହୋଇଥିଲା। ଚୋରି କରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡିବା ପରେ ସେମାନଙ୍କୁ ପୁଳିସ ହେପାଜତରେ ଦିଆଯାଇଥିଲା। ପୁଲିସ ସେମାନଙ୍କୁ ଅଟକ ରଖିଥିଲା। ଅଭିଯୁକ୍ତଙ୍କୁ ଜେରା କରି କୁଚିଣ୍ଡା ଓ ମହୁଲପାଲି ଥାନାର ବିଭିନ୍ନ ଗ୍ରାମରେ ଚଢାଉ କରିଥିଲା ପୁଳିସ। ଚଢ଼ାଉ ସମୟରେ ବିପୁଳ ପରିମାଣର ଆସବାବପତ୍ର ଓ ବୈଦ୍ୟୁତିକ ସରଞ୍ଜାମ ଉଦ୍ଧାର କରିଛି। ଚୋରା କାରବାର ରେ ବ୍ୟବହୃତ ଏକ ଅଟୋ ରିକ୍ସା ଓଡି-୧୫ସି-୧୪୮୬ ଜବତ କରାଯାଇଛି। ଏହାବ୍ୟତୀତ ଚୋରି ସମୟରେ ବ୍ୟବହାର କରାଯାଉଥିବା ଲୁହା କଟର, ପ୍ଳାଷ୍ଟିକ୍ ରଶି, ଲୁହା ପ୍ଳାସ୍, ଆଇରନ କ୍ରୋବାର୍, କଟର ବ୍ଳେଡ ଆଦି ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଗତ ୮ବର୍ଷ ହେଲା ପ୍ରତିବର୍ଷ ବିଭିନ୍ନ ସମୟରେ ୨୫/୩୦ଥର ଏହିି ଦୋକାନରୁ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇ ଆସୁଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଲଇଡା ଫାଣ୍ଡି ଅଧିକାରୀ ରବିନାରାୟଣ ପ୍ରଧାନ ଏହି ଘଟଣାର ତଦନ୍ତ କରୁଥିବା ବେଳେ ପରବର୍ତ୍ତି ପର୍ଯ୍ୟାୟରେ କତରବଗା ଆଇଆଇସି ପ୍ରତାପ କୁମାର ରଣା ତଦନ୍ତ ଦାୟିତ୍ୱ ସମ୍ଭାଲି ଥିଲେ। କତରବଗା ଆଇଆଇସି ଶ୍ରୀ ରଣା ଏବଂ ଲଇଡା ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ କୁଚିଣ୍ଡା ଏବଂ ମହୁଲପାଲି ପୁଳିସର ସହାୟତାରେ ୩ଦିନ ଧରି ଲଗାତାର ଚଢାଉ କରାଯାଇ ଅଭିଯୁକ୍ତମାନଙ୍କୁ କାବୁ କରି ଚୋରୀ ସାମଗ୍ରୀ ଉଦ୍ଧାର ଏବଂ ଜବତ କରାଯାଇଥିଲା।


ଚୋରୀ ଘଟଣାରେ ସଂପୃକ୍ତ ଥିବା ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି କତରବଗା ଥାନାର ଆଇଆଇସି ପ୍ରତାପ କୁମାର ରଣା ସୂଚନା ଦେଇଛନ୍ତି। କୋର୍ଟ ଚଲାଣ କରାଯାଇଥିବା ଅଭିଯୁକ୍ତ ମାନେ ହେଲେ ତିହାଡିପାଲି ଗ୍ରାମର ଚୁଡାମୀଣି ଷଣ୍ଢ(୩୬) ଏବଂ ଅଶୋକ ପଟେଲ(୪୪) ଲସା ଗ୍ରାମର ମଧୁସୂଦନ ଡନସନା(୪୦), ଦୀନବନ୍ଧୁ ରାତତ(୨୭)ଦେବାର୍ଚ୍ଚନ ପ୍ରଧାନ(୩୫) କୁଚିଣ୍ଡା ପାଣିଟାଙ୍କିପଡାର ଜଗତଜୀବନ ମହାନନ୍ଦ(୪୬), କୁଚିଣ୍ଡା ରାମଜୀପଡାର ନିରଞ୍ଜନ କୁମାର ବେହେରା(୪୦), ପୁରଣାପାଣି ର ଅତିଶ କୁମାର ପଟେଲ(୫୦) ଅସୀମ କୁମାର ପଟେଲ (୪୫)ଏବଂ ସଞ୍ଜିବକୁମାର ପଟେଲ(୪୪) ଓ ମହୁଲପାଲି ଥାନା ଜୟପୁରଗଡର ଅଶୋକ କୁମାର ପୃଷ୍ଠେ(୩୭) ପୁଳିସ ସୁତ୍ରରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି।
ଏସଂକ୍ରାନ୍ତରେ କତରବଗା ଥାନାରେ କେସ୍ ନଂ ୩୫/୨୨ ଦଫା ୪୫୭/୩୮୦/ରେ ପ୍ରଥମେ ରୁଜ୍ଜୁ ହୋଇଥିବା ମାମଲା ପରିବର୍ତ୍ତିତ ହୋଇ ୪୫୭/୩୮୦/୪୧୧/୩୪ ଆଇପିସିରେ ମାମଲା ରୁଜ୍ଜୁ ହୋଇଥିବାର ପ୍ରକାଶ। ଗତ ୮ବର୍ଷ ଧରି ଏକ ରାକେଟ୍ ଚୋରୀ ଘଟଣାରେ ସଂପୃକ୍ତ ଥାଇ ବ୍ୟବସାୟୀକ ଭିତ୍ତିରେ ଚୋରୀ କରୁଥିବା ପୁଳିସ ତଦନ୍ତରୁ ଜଣାପଡିଛି। ୬ସେଟ୍ ପଳଙ୍କ ଖଟ,୨୯ ଟି ଗଦି,୪୫ ଟି ତକିଆ, ୫ଟି ଫ୍ରିଜ୍, ୫ଟି ଓାସିଂମେସିନ୍, ୮ଟି ଚୌକି, ୭ଟି ଏୟାର୍ କଣ୍ଡିଶନର୍, ପ୍ଳାଇବୋର୍ଡ, ୧୧ଟି ଡ୍ରେସିଂ ଟେବଲୁ, ୧୭ଟି ଏୟାର୍ କୁଲର୍, ୧୨ ଟି ସୋଲାର୍ ପେନାଲ୍, ୨୩ ପକେଟ ଟାଇଲ୍ ପ୍ଳେଟ୍, ୪ଟି ଚା ଟେବୁଲ, ୩ଟି ଇନଭର୍ଟର ବ୍ୟାଟେରି, ଫ୍ଲେକ୍ସିବୁଲ୍ ପାଇପ ୬ ବଣ୍ଡଲ୍, ବ୍ୟତିତ ସିଲିଂ ଫ୍ୟାନ୍, ଷ୍ଟୁଲ ବିିଦ୍ୟୁତ୍ ତାର ବଣ୍ଡଲ, କାନ୍ଥ ଘଣ୍ଟା, କଲର୍ ବକେଟ୍, ଲେଟ୍ରିନ୍ ପେନ୍ ,ବେସିନ୍ ଷ୍ଟିଲ୍ ଡ୍ରମ୍ ଆଦି ବହୁ ସାମଗ୍ରୀ ପୁଳିସ ଉଦ୍ଧାର ଓ ଜବତ କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories