www.samajalive.in
Saturday, December 6, 2025
16.1 C
Bhubaneswar

ଇନ୍ଧନ ବଞ୍ଚାଇବାକୁ ୪ ଦିନ ଅଫିସ୍‌, ୩ ଦିନ ଛୁଟି

ଇସଲାମାବାଦ: ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନରେ ଇନ୍ଧନ ବ୍ୟୟ ହ୍ରାସ ପାଇଁ ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରୀ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟଦିବସ ହ୍ରାସ ପୂର୍ବକ ଏହାକୁ ସପ୍ତାହରେ ୪ ଦିନ କରିଛନ୍ତି । ଅର୍ଥାତ୍‌ ସପ୍ତାହରେ କାର୍ଯ୍ୟାଳୟ ୪ ଦିନ ଖୋଲିବ ଓ ୩ ଦିନ ଛୁଟି ରହିବ। ଏହାଦ୍ବାରା କର୍ମଚାରୀଙ୍କ କାର୍ଯ୍ୟାଳୟ ଯା’ଆସ କମିଯିବ ଓ ପେଟ୍ରୋଲ-ଡିଜେଲ ବ୍ୟୟ ମଧ୍ୟ ସଞ୍ଚୟ ହେବ। କାର୍ଯ୍ୟ ଦିବସରେ ୯୦ ପ୍ରତିଶତ ଇନ୍ଧନ ବ୍ୟବହାର ହେଉଥିବାବେଳେ ଛୁଟି ଦିନରେ ଏହା ମାତ୍ର ୧୦ ପ୍ରତିଶତ ହୋଇଥାଏ ବୋଲି ଆକଳନ କରାଯାଇଛି। ଏହାଦ୍ବାରା ବାର୍ଷିକ ୧.୫ରୁ ୨.୭ ବିଲିୟନ ଡଲାର ବୈଦେଶିକ ମୁଦ୍ରା ମଧ୍ୟ ସଞ୍ଚୟ ହୋଇପାରିବ ବୋଲି ସରକାର ମନେ କରୁଛନ୍ତି। ଏତଦ୍‌ ବ୍ୟତୀତ ବିଦ୍ୟୁତ୍‌ ଶକ୍ତି ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ବୋଲି ସରକାର କହୁଛନ୍ତି। ଏହି ପରିମାଣ ୫ହଜାର ମେଗାୱାଟ ହେବ ବୋଲି ସରକାର ହିସାବ କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories