www.samajalive.in
Saturday, December 6, 2025
16.1 C
Bhubaneswar

ଅଘଟଣ ; ମାଗଣା ଅଟା ପାଇଁ ତିନି ଶିଶୁଙ୍କ ସହ ୧୨ ମୃତ

ଇସଲାମାବାଦ : ପାକିସ୍ତାନର ଆର୍ଥିକ ଅବସ୍ଥା ପୂର୍ବରୁ ଶୋଚନୀୟ ରହିଛି। ତେବେ ବର୍ତ୍ତମାନ ମାଗଣା ଅଟା ପାଇବା ପାଇଁ ଚାଲିଯାଇଛି ୧୨ ଜଣଙ୍କ ଜୀବନ। ଶୁକ୍ରବାର ଦିନ ପାକିସ୍ତାନର ବନ୍ଦର ସହର କରାଚିରେ ଥିବା ଏକ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ମହିଳା ଓ ଶିଶୁଙ୍କ ସମେତ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଲୋକମାନେ ମାଗଣା ଅଟା ପାଇବାକୁ ଏଠାକୁ ଆସିଥିଲେ।

ଏଠାରେ ରମଜାନ ସମୟରେ ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜିନିଷ ବଣ୍ଟନ କରାଯାଉଥିଲା। ବାସ୍ତବରେ,ପାକିସ୍ତାନରେ ମୁଦ୍ରାସ୍ଫୀତି ହେତୁ ଅଟା ମୂଲ୍ୟ କେଜି ପ୍ରତି ୧୬୦ ଟଙ୍କାରେ ପହଞ୍ଚିଛି। ତେଣୁ ସରକାର ଏହି କେନ୍ଦ୍ରଗୁଡିକ ମାଧ୍ୟମରେ ଶସ୍ତା ଏବଂ ମାଗଣା ଅଟା ଯୋଗାଉଛନ୍ତି। ମୃତକଙ୍କ ମଧ୍ୟରେ ଆଠ ଜଣ ମହିଳା ଏବଂ ତିନି ଜଣ ଶିଶୁ ଅଛନ୍ତି। ଏଥିସହ ୨୯ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ଭିଡ ପରେ ଦୌଡାଦୌଡି ଫଳରେ ଲୋକେ ଅନିୟନ୍ତ୍ରିତ ହୋଇଥିଲେ।

- Advertisement -

ସୂଚନା ଅନୁଯାୟୀ, କିଛି ଲୋକ ଅଜାଣତରେ ଏକ ବିଦ୍ୟୁତ ତାର ଉପରେ ପାଦ ଦେଇଥିବା ବେଳେ ଏହି କେନ୍ଦ୍ରରେ ଦୌଡାଦୌଡି ଆରମ୍ଭ ହୋଇ ଲୋକେ ଏଣେତେଣେ ହୋଇଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ କହିବାନୁଯାୟୀ, ବିଦ୍ୟୁତ ତାରରେ ପାଦ ଦେବା ପରେ ଲୋକମାନେ ଏଣେତେଣେ ହେବା ସହ ପରସ୍ପରକୁ ଠେଲିବା ଆରମ୍ଭ କରିଥିଲେ। ଏଥିରେ ଦୁଇ ମହିଳା ଏବଂ ଦୁଇ ଶିଶୁ ନିକଟସ୍ଥ ଡ୍ରେନରେ ପଡ଼ିଯାଇଥିଲେ। ଉଲ୍ଲେଖନୀୟ କରାଚିରେ ହୋଇଥିବା ଏହି ନୂତନ ଘଟଣା ସହିତ ପାକିସ୍ତାନର ମାଗଣା ଖାଦ୍ୟ କେନ୍ଦ୍ରରେ ଭିଡ ଓ ଦଳାଚକଟାରୁ ମୃତ୍ୟୁ ସଂଖ୍ୟା ଅତି କମରେ ୨୪ କୁ ବୃଦ୍ଧି ପାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories