www.samajalive.in
Friday, December 5, 2025
20.1 C
Bhubaneswar

ଋଣ ପାହାଡ଼ର ଶୀର୍ଷରେ ପାକିସ୍ତାନ

ନୂଆଦିଲ୍ଲୀ: ଋଣର ପାହାଡ଼ ଉପରେ ପହଞ୍ଚି ଯାଇଛି ପାକିସ୍ତାନ। ସୋମବାର ପ୍ରକାଶିତ ପାକିସ୍ତାନ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ, ଋଣର ସର୍ବୋଚ୍ଚ ସୀମାରେ ଦେଶ ପହଞ୍ଚିଛି ଓ ଏହା ଅତୀବ ଚିନ୍ତାଜନକ। ଅର୍ଥନୈତିକ ପରିଚାଳନାରେ ଗୁରୁତର ବିଭ୍ରାଟ ଯୋଗୁଁ ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି ଏବଂ ଆଗକୁ ଭୟଙ୍କର ବିପଦ ରହିଛି ବୋଲି ଏଥିରେ ଚେତାଇ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ୨୦୨୫ ମାର୍ଚ୍ଚ ସୁଦ୍ଧା ଦେଶର ସାର୍ବଜନୀନ ଋଣ ପରିମାଣ ପାକିସ୍ତାନୀ ଟଙ୍କାରେ ୭୬,୦୦୭ ବିଲିୟନ। ଭାରତୀୟ ମୁଦ୍ରାରେ ଏହା ୨୩.୧ ଟ୍ରିଲିୟନ୍‌ ଟଙ୍କା। ଦେଶ ଇତିହାସରେ ଏହି ପରିମାଣ ସର୍ବାଧିକ। ପାକିସ୍ତାନର ଋଣ ପରିମାଣ ୨୦୨୧ରେ ୩୯,୮୬୦ ବିଲିୟନ ଟଙ୍କା ଥିଲାବେଳେ ଗତ ୪ ବର୍ଷ ମଧ୍ୟରେ ଦୁଇ ଗୁଣ ବୃଦ୍ଧିପାଇଛି। ଦଶ ବର୍ଷ ପୂର୍ବେ ଏହା ଥିଲା ୧୭,୩୮୦ ବିଲିୟନ ପାକିସ୍ତାନୀ ଟଙ୍କା। ବର୍ତ୍ତମାନର ଋଣ ମଧ୍ୟରୁ ଘରୋଇ କ୍ଷେତ୍ରରୁ ୫୧,୫୧୮ ବିଲିୟନ ଋଣ ହୋଇଥିଲାବେଳେ ବୈଦେଶିକ ଋଣ ପରିମାଣ ୨୪,୪୮୯ ବିଲିୟନ ପାକିସ୍ତାନୀ ଟଙ୍କା। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରୁ ଏହା ୧.୦୩ ବିଲିୟନ ଡଲାର ଋଣ ଆଣିଛି। ନିକଟରେ ବିଶ୍ବବ୍ୟାଙ୍କ ମଧ୍ୟ ପାକିସ୍ତାନକୁ ଋଣ ପ୍ରଦାନ କରିଛି।
ଅପରପକ୍ଷରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ବେଶ୍‌ ଅଗ୍ରଗତି ହାସଲ କରିଛି। ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୧୧ ବର୍ଷ ମଧ୍ୟରେ ଭାରତର ୫.୩ ପ୍ରତିଶତ ଦାରିଦ୍ର୍ୟ ହ୍ରାସ ପାଇଛି; ଅର୍ଥାତ୍‌ ୧୭୧ ନିୟୁତ ଜନତା ଦାରିଦ୍ର୍ୟମୁକ୍ତ ହୋଇଛନ୍ତି; କିନ୍ତୁ ପାକିସ୍ତାନରେ ଏବେ ମଧ୍ୟ ମୋଟ ଜନସଂଖ୍ୟାର ୪୫ ପ୍ରତିଶତ ଦାରିଦ୍ର୍ୟରେ ଶଢ଼ୁଛନ୍ତି। ସେଥିମଧ୍ୟରୁ ୧୬.୫ ପ୍ରତିଶତ ଅତ୍ୟନ୍ତ ଦରିଦ୍ର। ଦେଶର ଜନସଂଖ୍ୟା ପ୍ରତିବର୍ଷ ପ୍ରାୟ ୨ ପ୍ରତିଶତ ହାରରେ ବୃଦ୍ଧି ଘଟୁଥିବାରୁ ଆଗକୁ ଅତିରିକ୍ତ ୧୯ଲକ୍ଷ ଜନତା ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବାର ସମ୍ଭାବନା ରହିଛି। ଦେଶରେ ଚଳିତ ଆର୍ଥିକ ବର୍ଷରେ ଆର୍ଥିକ ଅଗ୍ରଗତି ୨.୬ ପ୍ରତିଶତ ରହିଥିବାବେଳେ ଦାରିଦ୍ର୍ୟ ହାର ୪୨.୪ ପ୍ରତିଶତ ରହିଛି। ଅନ୍ୟ ଏକ ସୂଚନାନୁଯାୟୀ, ପାକିସ୍ତାନରେ ଫସଲ ଉତ୍ପାଦନ ହ୍ରାସ ପାଇଚାଲିଛି। ବର୍ଷା ପ୍ରାୟ ଅଧା ହ୍ରାସ ପାଇଥିବାବେଳେ ଭାରତ ସିନ୍ଧୁ ନଦୀ ଜଳ ରୋକିବା ଫଳରେ ଜଳଭଣ୍ଡାର ଓ ଏଥିସଂଲଗ୍ନ କେନାଲଗୁଡ଼ିକରେ ୧୫ ପ୍ରତିଶତ ଜଳ ପ୍ରବାହ ହ୍ରାସ ପାଇଛି। ଏହା ମରୁଡ଼ି ଆଡ଼କୁ ବାଟ କଢ଼ାଇଥିବା ବିଶେଷଜ୍ଞମାନେ କହିଛନ୍ତି। କୃଷି ଉତ୍ପାଦନ ହ୍ରାସ ପାଇଲେ ଦାରିଦ୍ର୍ୟ ବୃଦ୍ଧିପାଇବା ନିଶ୍ଚିତ। ଦେଶରେ ଏବେ ୧୦ନିୟୁତ ଜନତା ଖାଦ୍ୟ ସଂକଟର ସମ୍ମୁଖୀନ ହେଉଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ପ୍ରକାଶ।
ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କହିବାନୁସାରେ ‘ଆମେ ଏବେ ଯେଉଁ ବନ୍ଧୁ ରାଷ୍ଟ୍ରକୁ ଯେ କୌଣସି କାରଣ ପାଇଁ ଫୋନ୍‌ କଲେ କିମ୍ବା ଗସ୍ତ କଲେ ବି ସେମାନେ ଭାବୁଛନ୍ତି ଆମେ ଭିକ୍ଷା ମାଗିବାକୁ ଫୋନ୍‌ କରୁଛୁ ବା ଗସ୍ତ କରୁଛୁ। ଏହା ଖୁବ୍‌ ଚିନ୍ତାଜନକ। ଛୋଟ ଅର୍ଥନୈତିକ ଶକ୍ତିଗୁଡ଼ିକ ମଧ୍ୟ ଆମକୁ ଟପି ଗଲେଣି। ଆମେ ଗତ ୭୫ ବର୍ଷ ହେଲା ଭିକ୍ଷା ଥାଳ ଧରି ବୁଲୁଛୁ।’

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories