www.samajalive.in
Friday, December 5, 2025
20.1 C
Bhubaneswar

ଲସ୍କର ଆତଙ୍କୀ ଅନ୍ତିମ ସଂସ୍କାରରେ ଯୋଗଦେଲା ପାକ୍‌ସେନା

ଇସଲାମାବାଦ: ପାକିସ୍ତାନ ଲଗାତାର ମିଛ କହି ଆସୁଛି ଯେ, ସେ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିନ୍ତୁ ‘ଅପରେସନ ସିନ୍ଦୂର’ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କର ପର୍ଦ୍ଦାଫାସ କରିଛି। ଭାରତର ଏୟାରଷ୍ଟ୍ରାଇକ୍ ‘ଅପରେସନ୍ ସିନ୍ଦୂର’ରେ ନିହତ ଲସ୍କର-ଏ-ତୈବା ଆତଙ୍କୀର ଅନ୍ତିମ ସଂସ୍କାରରେ ଅନେକ ପାକିସ୍ତାନୀ ସେନା ଅଧିକାରୀ ଯୋଗ ଦେଇଥିଲେ, ଯାହାର ଫଟୋ ଏବଂ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାଁରେ ବିଶ୍ୱକୁ କିପରି ଠକିଆସିଛି ପାକିସ୍ତାନ। ପାକିସ୍ତାନ ନିଜକୁ ଆତଙ୍କବାଦର ପୀଡ଼ିତ ବୋଲି କହିଆସିଛି, କିନ୍ତୁ ଭାରତ ଆକ୍ରମଣରେ ଲସ୍କର ଆତଙ୍କବାଦୀ ଅବଦୁଲ ରାଉଫ ନିହତ ହେବାପରେ ତା’ର ଅନ୍ତିମ ସଂସ୍କାରରେ ପାକିସ୍ତାନ ସେନାର ଅନେକ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ଭିଡିଓ ଶେୟାର କରି ଶିବସେନା ସାଂସଦ ମିଲିନ୍ଦ ଦେଓରା କହିଛନ୍ତି, ‘‘ପାକିସ୍ତାନ ଓ ଆତଙ୍କବାଦ ଅଭିନ୍ନ। ୯/୧୧, ୨୬/୧୧ ଏବଂ ଏବେ ପହଲଗାଓଁ। ବିଶ୍ବକୁ ଆଉ କେତେ ପ୍ରମାଣ ଦରକାର।’’ ଅବସରପ୍ରାପ୍ତ ମେଜର ସୁରେନ୍ଦ୍ର ପୁନିଆ କହିଛନ୍ତି, ପାକିସ୍ତାନୀ ସେନା ସଦସ୍ୟମାନେ ଖୋଲାଖୋଲି ଭାବେ ଆତଙ୍କବାଦୀଙ୍କ ଅନ୍ତିମ କ୍ରିୟାରେ ଯୋଗ ଦେଇଛନ୍ତି। ଏହା ପ୍ରମାଣ କରୁଛି ଯେ, ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀ ସର୍ବଦା ଏକାଠି କାମ କରନ୍ତି।

- Advertisement -

ସୂଚନାଯୋଗ୍ୟ, ଲସ୍କର-ଏ-ତୈବାର ମୁଖ୍ୟାଳୟ ପାକିସ୍ତାନୀ ପଞ୍ଜାବର ମୁରିଦକେରେ ରହିଛି, ଯାହା ଲାହୋରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ। ଏହା ହେଉଛି ସେହି ସଂଗଠନ, ଯାହା ୨୦୦୮ ମୁମ୍ବଇ ଆକ୍ରମଣ କରିଥିଲା। ଜାତିସଂଘ ସମେତ ଅନେକ ଦେଶ ଏହାକୁ ଆତଙ୍କବାଦୀ ସଂଗଠନ କହି ବ୍ୟାନ୍‌ କରିଛନ୍ତି। ଭାରତ ବିରୋଧୀ ଅନେକ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଏହି ସଂଗଠନ, କିନ୍ତୁ ଏଥର ଭାରତୀୟ ସେନା ଏହାର ମୁଖ୍ୟାଳୟକୁ ଉଡ଼ାଇ ଦେଇଛି। ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ମାସୁଦ ଅଜହର ଏକ ବୟାନ ଜାରି କରି ଭାରତ ଆକ୍ରମଣରେ ତାଙ୍କ ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଇଛି। ଭାରତର ଆକ୍ରମଣରେ ମାସୁଦ ଅଜହରର ଭଉଣୀ ଓ ଭିଣୋଇଙ୍କର ମଧ୍ୟ ମୃତ୍ୟୁ ଘଟିଛି।

 

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories