www.samajalive.in
Saturday, December 6, 2025
15.1 C
Bhubaneswar

ପାକ୍‌ ଷଡ଼ଯନ୍ତ୍ର ବିଫଳ; ଭାରତୀୟ ସୀମାରେ ଉଡୁଥିବା ସଶସ୍ତ୍ର ଡ୍ରୋନକୁ ଖସାଇଦେଲା ସେନା

ଜାମ୍ମୁ: ପାକିସ୍ତାନର ପୁଣି ଏକ ଘୃଣ୍ୟ ଷଡ଼ଯନ୍ତ୍ରକୁ ଭାରତୀୟ ସେନା ବିଫଳ କରିଛି। ଭାରତୀୟ କ୍ଷେତ୍ରକୁ ପାକ୍‌ ପକ୍ଷରୁ ପଠାଯାଇଥିବା ଏକ ସଶସ୍ତ୍ର ଡ୍ରୋନକୁ ସେନା ଗୁଳିକରି ଖସାଇ ଦେଇଛି।

ଜାମ୍ମୁର ହୀରାନଗର ସେକ୍ଟର ଅନ୍ତର୍ଗତ ରଠୁଆ ଗାଁରେ ଶନିବାର ଭୋର ସମୟରେ ଏକ ଡ୍ରୋନ ଉଡୁଥିବା ଯବାନମାନେ ଦେଖିଥିଲେ। ଡ୍ରୋନଟି ସୀମାରେଖାଠାରୁ ୨୫୦ ମିଟର ଭିତରେ ଉଡୁଥିଲା। ଯବାନମାନେ ଏହା ଦେଖିବା ପରେ ତାହାକୁ ଗୁଳିକରି ଖସାଇ ଦେଇଥିଲେ। ଡ୍ରୋନଟିରେ ଅସ୍ତ୍ରଶସ୍ତ୍ର ଖଞ୍ଜାଯାଇଥିବା ଦେଖାଯାଇଥିଲା। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ସୀମାନ୍ତରେ ଭାରତୀୟ ଯବାନଙ୍କ ଗତିବିଧି ଉପରେ ନଜର ରଖିବାକୁ ପାକିସ୍ତାନୀ ସେନା ଏହି ଡ୍ରୋନ ପଠାଇଥିବା ଅନୁମାନ କରାଯାଉଛି। ଡ୍ରୋନରେ ଏକ ରାଇଫଲ, ୨ଟି ମାଗାଜିନ୍‌, ୭ଟି ଗ୍ରେନେଡ୍‌, ୬୦ଟି କ୍ୟାଟ୍ରିଜ୍‌, ୪ଟି ଚୀନ ନିର୍ମିତ ବ୍ୟାଟେରୀ ରହିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories