www.samajalive.in
Thursday, December 11, 2025
14.1 C
Bhubaneswar

ପାକ ବୈଦେଶିକ ମନ୍ତ୍ରୀଙ୍କ ଆଶଙ୍କା, ଆକ୍ରମଣ କରିପାରେ ଭାରତ

ଇସଲାମାବାଦ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାହା​ ‌ମେହମୁଦ କ୍ୟୁରେସୀ ରବିବାର କହିଛନ୍ତି ଯେ ଭାରତ ଚଳିତ ମାସ ୧୬ରୁ ୨୦ ତାରିଖ ମଧ୍ୟରେ ତାଙ୍କ ଦେଶ ଉପରେ ଆକ୍ରମଣର ମସୁଧା ଚଳାଇଛି। ପାକିସ୍ତାନ ସରକାର ଏ ସମ୍ପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଛନ୍ତି। ଦେଶର ଗୁଇନ୍ଦା ମଧ୍ୟ ଏ ସର୍ମ୍ପରେ ସରକାରଙ୍କୁ ଚେତାଇ ଦେଇଥିବା ସେ କହିଛନ୍ତି। ମୁଲତାନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟୁରେସୀ କହିଛନ୍ତି ଯେ ଭାରତ ପୁନର୍ବାର ପାକିସ୍ତାନ ଉପରେ ଆକ୍ରମଣର ଯୋଜନା ଚଳାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ତାଙ୍କୁ ସୂଚନା ମିଳିଛି। ଇସଲାମାବାଦ ଉପରେ କୂଟନୈତିକ ଚାପ ବୃଦ୍ଧି ସହିତ ପାକିସ୍ତାନକୁ ଅବଦମିତ କରି ରଖିବାକୁ ଏଭଳି ଯୋଜନା କରାଯାଇଛି। ଭାରତ ଯଦି ଏଭଳି ଦୁଃସାହସ କରେ; ତେବେ ଏହାର ପ୍ରତିଫଳ କ’ଣ ହେବ ତାହା ଚିନ୍ତା କରିବା ଆବଶ୍ୟକ। ଏହା ନିଶ୍ଚିତ ଭାବେ ଆଞ୍ଚଳିକ ସ୍ଥିରତା ଓ ଶାନ୍ତି ପ୍ରତି ବିପଦ ସୃଷ୍ଟି କରିବ। ଏଭଳି ଆଶଙ୍କା ନେଇ ପାକିସ୍ତାନ ପକ୍ଷରୁ ଜାତିସଙ୍ଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟମାନଙ୍କୁ ଅବଗତ କରାଯାଇଛି ବୋଲି କ୍ୟୁରେସୀ କହିଛନ୍ତି। ଭାରତର ଏଭଳି ଦାୟିତ୍ବହୀନତା ସମ୍ପର୍କରେ ବିଶ୍ବ ସମୁଦାୟ ଅବଗତ ହେବା ଦରକାର ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ; ପାକିସ୍ତାନ ସରକାର ଇସଲାମାବାଦସ୍ଥିତ ଭାରତୀୟ ଉପଉଚ୍ଚାୟୁକ୍ତଙ୍କୁ ଏ ନେଇ ସମନ କରିଥିବା ଜଣାପଡ଼ିଛି।

କ୍ୟୁରେସୀଙ୍କର ଏଭଳି ବାଚଳାମୀକୁ ନେଇ ଭାରତ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ସରକାରୀ ଭାବେ କିଛି କୁହାଯାଇ ନ ଥିଲେ ମଧ୍ୟ ପାକିସ୍ତାନ ଅଯଥାରେ ଉସୁକାଇଲା ଭଳି ଆଚରଣ କରୁଛି ବୋଲି ଭାରତ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି। ଏଭଳି ଦାୟିତ୍ବହୀନ, ସତ୍ୟତା ନ ଥିବା ମନ୍ତବ୍ୟ ନ ଦେବାକୁ ପାକିସ୍ତାନକୁ କୁହାଯାଇଛି। ପୁଲୱାମାଠାରେ ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ୍‌ ଯବାନ ପ୍ରାଣ ହରାଇବା ଘଟଣାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଛି। ପାକିସ୍ତାନର ବାଲାକୋଟଠାରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବିମାନବାହିନୀ ଆକ୍ରମଣ ସହ ପରବର୍ତ୍ତୀ ସମୟରେ ଫେବୃଆରୀ ୨୭ରେ ଏହାର ଏଫ୍‌-୧୬ ଯୁଦ୍ଧବିମାନ ମଧ୍ୟ ଖସାଇଦେଇଥିଲା।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories