www.samajalive.in
Thursday, December 11, 2025
23.1 C
Bhubaneswar

୧୦୦ ଧୀବରଙ୍କୁ ମୁକ୍ତ କଲା ପାକିସ୍ତାନ

ଇସଲାମାବାଦ: ପୂର୍ବ ଘୋଷଣା ଅନୁସାରେ ପାକିସ୍ତାନ ସରକାର ଦେଶର ବିଭିନ୍ନ କାରାଗାରରେ ଥିବା ରବିବାର ୧୦୦ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛନ୍ତି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଫୈଜଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ୧୫ ତାରିଖରେ ଦ୍ବିତୀୟ ଦଫା ଓ ୨୨ରେ ତୃତୀୟ ଦଫାରେ ଯଥାକ୍ରମେ ଆଉ ୧୦୦ ଲେଖାଏଁ ଧୀବର ମୁକ୍ତ ହେବେ ବୋଲି ସେ କହିଛନ୍ତି। ଏପ୍ରିଲ ୨୯ରେ ଶେଷ ପର୍ୟ୍ୟାୟରେ ଅବଶିଷ୍ଟ ୬୦ ଧୀବର ମୁକ୍ତ ହେବେ ବୋଲି ଫୈଜଲ ସୂଚନା ଦେଇଛନ୍ତି। ‘ସଦ୍‌ଭାବନାର ସଂକେତ’ ସ୍ବରୂପ ମୋଟ ୩୬୦ ଧୀବରଙ୍କୁ ମୁକ୍ତ କରାଯିବ ବୋଲି ପାକିସ୍ତାନ ସରକାର ୫ତାରିଖରେ ଘୋଷଣା କରିଥିଲେ।

ସେମାନଙ୍କ ମଧ୍ୟରେ ୩୫୫ ଧୀବର ଥିବାବେଳେ ୫ଜଣ ସାଧାରଣ ନାଗରିକ ଅଛନ୍ତି। ରବିବାର ପ୍ରଥମ ପର୍ଯ୍ୟରେ ମୁକ୍ତ ଧୀବରମାନଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କରାଚୀ କ୍ୟାଣ୍ଟନମେଣ୍ଟ ରେଳବାଇ ଷ୍ଟେସନକୁ ନିଆଯାଇଛି। ସେମାନଙ୍କୁ ଆଲ୍ଲାମା ଏକ୍ସପ୍ରେସ୍‌ ଟ୍ରେନ୍‌ ଯୋଗେ ଲାହୋର ଅଭିମୁଖେ ପଠାଯାଇଛି। ୱାଘା ସୀମାନ୍ତରେ ସେମାନଙ୍କୁ ସୋମବାର ଭାରତୀୟ କର୍ତ୍ତୃପକ୍ଷଙ୍କୁ ଅର୍ପଣ କରାଯିବା ଯୋଜନା ରହିଛି। ସେମାନଙ୍କୁ ପାକିସ୍ତାନର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଇଧି ଫାଉଣ୍ଡେସନ୍‌’ ପକ୍ଷରୁ ଗସ୍ତ ଖର୍ଚ୍ଚ, ଖାଦ୍ୟ, ପୋଷାକ ସହିତ ବିଭିନ୍ନ ଉପହାର ଦିଆଯାଇଥିବା ଜଣାପଡ଼ିଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories